Below header

ICICI ବ୍ୟାଙ୍କ ଦେଲା ଝଟକା, ଲକ୍ଷାଧିକ ଗ୍ରାହକଙ୍କୁ ସହିବାକୁ ହେବ ବଡ କ୍ଷତି

ଯଦି ଆପଣ ମଧ୍ୟ ICICI ବ୍ୟାଙ୍କର ଗ୍ରାହକ ତାହେଲେ ଏହି ଖବର ଆପଣଙ୍କ ପାଇଁ। ନିଜର ଲକ୍ଷାଧିକ ଗ୍ରାହକଙ୍କୁ ବଡ ଝଟକା ଦେଇଛି ଆଇସିଆଇସିଆଇ ବ୍ୟାଙ୍କ। ବ୍ୟାଙ୍କ ପୁଣି ଥରେ ନିଜର FDସୁଧ ଦରକୁ ହ୍ରାସ କରିଛି। ICICI ବ୍ୟାଙ୍କ ଫିକ୍ସଡ ଡିପୋଜିଟର ନୂଆ ଦରକୁ ୭ ସେପ୍ଟେମ୍ବର ଠାରୁ ଲାଗୁ କରିଦେଇଛି। ବ୍ୟାଙ୍କ ନିଜର ନିର୍ଦ୍ଧିଷ୍ଟ ଅବଧିକୁ FD ସୁଧରେ ଅଧା ପ୍ରତିଶତ ହ୍ରାସ କରିଦେଇଛି। ଏମିତିରେ ଆପଣଙ୍କୁ ଜାଣିବା ନିହାତି ଜରୁରୀ ଯେ ଏବେ କେଉଁ ଅବଧିରେ କେତେ ସୁଧ ମିଳିବ।

୭ ସେପ୍ଟେମ୍ବର ଠାରୁ ଲାଗୁ ହେବ ନୂଆ ଦର

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବ୍ୟାଙ୍କ ନିଜର ଅନେକ ଗୁଡିଏ FD ଅବଧି ସୁଧ ଦରରେ ପରିବର୍ତ୍ତନ କରିଛି। ନୂଆ ଦର ଅନୁଯାୟୀ ଏବେ ୯୧ ଦିନ ରୁ ୧୮୪ ଦିନର ଏଫଡିରେ ଆପଣଙ୍କୁ ୩.୫୦ ପ୍ରତିଶତ ସୁଧ ମିଳିବ। ଏହାବ୍ୟତୀତ ଆପଣଙ୍କୁ ୭ ରୁ ୨୯ ଦିନର ଏଫଡିରେ ୨.୫ ପ୍ରତିଶତ ଦରରେ ସୁଧ ମିଳିବ।

icici bank୩୦ ରୁ ୯୦ ଦିନର ମ୍ୟାଚୋର ହେବାକୁ ଥିବା FD ସୁଧ ଦରକୁ ୩ ପ୍ରତିଶତ କରାଯାଇଛି। ଏହାଛଡା ବ୍ୟାଙ୍କ ୯୧ ରୁ ୧୮୫ ଦିନର ଏଫଡିରେ ୦.୫୦ ପ୍ରତିଶତ ହ୍ରାସ କରାଯାଇଛି। ଏହାଉପରେ ଏବେ ୪ ପ୍ରତିଶତ ବଦଳରେ ୩.୫୦ ପ୍ରତିଶତ ଦରରେ ସୁଧ ମିଳିବ।
ଏହି ଅବଧିରେ ବି ହୋଇଛି ପରିବର୍ତ୍ତନ

ବ୍ୟାଙ୍କ ୧୮୫ ଦିନ ରୁ ୨୮୯ ଦିନ ମଧ୍ୟରେ ମ୍ୟାଚୋର ହେବାକୁ ଥିବା ଜମା ଉପରେ ୪.୪୦ ପ୍ରତିଶତ ସୁଧ କରିଛି। ଏହାଛଡା ୨୯୦ ଦିନରୁ ଏକ ବର୍ଷ ମଧ୍ୟରେ ଥିବା ଅବଧିରେ ମ୍ୟାଚୋର ହେବାକୁ ଥିବା ଏଫଡିରେ ୧୦ ଆଧାର ଅଙ୍କ ହ୍ରାସ କରି ୪.୪୦ ପ୍ରତିଶତ କରିଦିଆଯାଇଛି। ସେହିପରି ୧ ବର୍ଷରୁ ୧୮ ମାସରୁ କମ ଅବଧିରେ ଗ୍ରାହକଙ୍କୁ ୫ ପ୍ରତିଶତରୁ ସୁଧ ମିଳିବ।

୧୮ ମାସରୁ ଅଧିକ ଏବଂ ୨ ବର୍ଷରୁ କମ୍‌ ଏଫଡିରେ ୫.୧୦ ପ୍ରତିଶତ ସୁଧ ଦିଆଯିବ। ୩ ବର୍ଷର ଏଫଡି ସୁଧ ଦର ୫.୧୫ ପ୍ରତିଶତ ରହିଛି। ୫ ରୁ ୧୦ ବର୍ଷର ଏଫଡି ଉପରେ ୫.୫୦ ପ୍ରତିଶତ ସୁଧ ମିଳିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହାପୂର୍ବରୁ ବ୍ୟାଙ୍କ ଏଫଡି ସୁଧ ଦରରେ ୧୦ ଅଗଷ୍ଟରେ ସୁଧ ଦର ହ୍ରାସ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.