“ସୁଶାନ୍ତଙ୍କ ମୃତ୍ୟୁକୁ ମୁଁ କେବେ ବି ହତ୍ୟାର ରୂପ ଦେଇନାହିଁ”, ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏମିତି କିଛି ଲେଖି ପୋଷ୍ଟ କଲେ ଅଙ୍କିତା ଲୋଖଣ୍ଡେ
ଟିଭି ସିରିଏଲରୁ କ୍ୟାରିୟର ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ପାଦ ଥାପିଥିବା ଅଙ୍କିତା ଲୋଖଣ୍ଡେ ବର୍ତ୍ତମାନ ସମୟରେ ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଆକ୍ଟିଭ ରହୁଥିବାର ନଜର ଆସୁଛନ୍ତି । ଏହି ନିକଟରେ ହିଁ ଅଙ୍କିତା ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିବା ସହ ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁକୁ ନେଇ ଏକ ମତାମତ ରଖିଛନ୍ତି । ଏହି ପୋଷ୍ଟରେ ଅଙ୍କିତ ଲେଖିଛନ୍ତିକି, “ମୁଁ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ଭାବୁଛି ନାଁ ହତ୍ୟା ।” ନିଜର ଏହି ପୋଷ୍ଟରେ ଅଙ୍କିତା ଆହୁରି ମଧ୍ୟ ଲେଖିଛନ୍ତିକି, ସେ ଏଯାବତ ସୁଶାନ୍ତଙ୍କ ମୃତ୍ୟକୁ ହତ୍ୟାକାଣ୍ଡ ବୋଲି କହିନାହିଁ କି ଏଥିପାଇଁ ନିର୍ଦ୍ଦିଷ୍ଟ ଭାବେ କାହାକୁ ବି ଏଥିପାଇଁ ଦୋଷ ଦେଇନାହାନ୍ତି । ସେ କେବଳ ମାତ୍ର ସୁଶାନ୍ତଙ୍କ ପାଇଁ ନ୍ୟାୟ ହିଁ ଦାବି କରିଆସିଛି । ଅଙ୍କିତାଙ୍କ ଏହି ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ମଧ୍ୟ ଅଙ୍କିତାଙ୍କ ଏହି ପୋଷ୍ଟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ବି ନିଜ ରିଆକ୍ସନ ଦେଇଛନ୍ତି । ନିଜର ଏହି ପୋଷ୍ଟରେ ଅଙ୍କିତା ରିୟା ଚକ୍ରବର୍ତ୍ତୀଙ୍କୁ ସିଧାସଳଖ ଭାବେ ଆକ୍ଷେପ କରିଛନ୍ତି ।
ଅଙ୍କିତା ଙ୍କ ଅନୁଯାୟୀ, ଯଦି ରିୟା ପୂର୍ବରୁ ଜାଣିଥିଲେକି ସୁଶାନ୍ତଙ୍କ ମାନସିକ ଅବସ୍ଥା ଠିକ ନାହିଁ କିମ୍ବା ସେ ମାନସିକ ବିକାରଗସ୍ତ ଅଛନ୍ତି । ତେବେ ଏଭଳି ଏକ ରୋଗୀଙ୍କୁ ଜବରଦସ୍ତ ଡ୍ରଗ୍ସ ଦେବା କଣ ଉଚିତ ଥିଲା । ନିୟମିତ ଡ୍ରଗସ ନେଇ ସୁଶାନ୍ତଙ୍କ ଅବସ୍ଥା ଏମିତି ହୋଇଯାଇଥିଲାକି, ତାଙ୍କ ସ୍ଥାନରେ ଆଉ ଯିଏ ବି ଥିଲେ ଏହି ପରି ପଦକ୍ଷେପ ହିଁ ନେଇଥାନ୍ତେ । ସେ ସମୟରେ ସୁଶାନ୍ତଙ୍କ ସବୁଠୁ ନିକଟତର ରିୟା ଥିଲେ ମଧ୍ୟ ସେ ସୁଶାନ୍ତଙ୍କ ମାନସିକ ଅବସ୍ଥା ବୁଝିବାରେ ସକ୍ଷମ ହୋପାରିନଥିଲେ । ଏହାବାଦ ଅଙ୍କିତା ନିଜର ଏହି ପୋଷ୍ଟରେ ରିୟାଙ୍କୁ ଲକ୍ଷ କରି ଅନେକ ପ୍ରଶ୍ନ ମଧ୍ୟ କରିଛନ୍ତି । କଣ ଜଣେ ଜଣଙ୍କୁ ଏତେ ଭଲ ପାଇ, ତାଙ୍କ ମାନସିକ ସ୍ଥିତି ବାବଦରେ ଜାଣି ସୁଦ୍ଧା ତାକୁ ଡ୍ରଗ୍ସ ନେବା ପାଇଁ ବାଧ୍ୟ କରିପାରିବ । ନିଜ ପୋଷ୍ଟରେ ଅଙ୍କିତା ରିୟାଙ୍କୁ ଆକ୍ଷେପ କରି କହିଛନ୍ତିକି, ଗୋଟେ ପଟରେ ସେ ସୁଶାନ୍ତଙ୍କ ମାନସିକ ଅବସ୍ଥା ସୁଧାରିବା ପାଇଁ ଦେଶର ବଡ ବଡ ଡାକ୍ତରଙ୍କ ସହ ଯୋଗାଯୋଗ କରୁଥିବା ନେଇ ଦାବି କରୁଥିବା ବେଳେ । ଅନ୍ୟ ପଟରେ ନିଜ ସ୍ୱାର୍ଥ ପାଇଁ ଡ୍ରଗ୍ସ କାରବାର ମଧ୍ୟ ଜାରି ରଖିଥିଲେ ।