Below header

ଅପେକ୍ଷାର ହେଲା ଅନ୍ତ, ଏହି ସ୍ମାର୍ଟଫୋନରେ ମିଳୁଛି Android11 ର ଅପଡେଟ ! ଜାଣନ୍ତୁ କେମିତି କରିବେ ଇନଷ୍ଟଲ

ବହୁପ୍ରତୀକ୍ଷିତ Android11 ଅଫିସିଆଲ ଭାବରେ ଲଞ୍ଜ ହୋଇଯାଇଛି। ସବୁଥର ଭଳି ଏଥର ମଧ୍ୟ ଏହି ଅପଡେଟ ସର୍ବପ୍ରଥମେ ଗୁଗଲର ପିକ୍ସେଲ ସ୍ମାର୍ଟଫୋନକୁ ମିଳିବ। କିନ୍ତୁ ସବୁଠାରୁ ଭଲ ଖବର ହେଉଛି ଗୁଗଲର ସ୍ମାର୍ଟଫୋନ ସହିତ Android 11 ଅପଡେଟ ଏବଂ ଅନେକ ଫୋନ ମଧ୍ୟରେ ମଧ୍ୟ ମିଳିବ। ତେବେ ଜଣାଯାଇଛି ଯେ ସ୍ମାର୍ଟଫୋନରେ ଏହା ବିଟା ଭର୍ସନରେ ରହିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ର ଅପଟେଡ ଚଳିତ ବର୍ଷ ଫେବୃୟାରୀ ମାସରେ ଡେଭଲପର ପ୍ରିଭ୍ୟୁ ପାଇଁ ଉପଲବ୍ଧ ହୋଇଥିଲା। ଯେମିତିକି ପବ୍ଲିକ ବିଟା ଅପଡେଟ ଜୁନ ଠାରୁ ଉପଲବ୍ଧ ହୋଇଛି। ଏହା ବିଟା ଭର୍ସନ ଥିବାରୁ ଏହାକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇନଥିଲା। କିନ୍ତୁ ଏବେ ଯେତେବେଳେ Android 11 ବିଟା ଭର୍ସନ ଲଞ୍ଚ ହୋଇଯାଇଛି କମ୍ପାଟେବଲ ଆଣ୍ଡ୍ରଏଡ ଫୋନର ବ୍ୟବହାର କରୁଥିବା ୟୁଜର୍ସ ଏହାକୁ ସହଜରେ ବ୍ୟବହାର କରିପାରିବେ। ଯଦିଓ ଥାର୍ଡ ପାର୍ଟି ଡିଭାଇସ ଯଥା OnePlus, Xiaomi, Oppo ଏବଂ Realmeରେ ୟୁଜର୍ସଙ୍କୁ ବିଟା ଅପଡେଟ ମିଳିବ। ତେବେ ଏହାକୁ ବହୁତ ସାବଧାନର ସହିତ ବ୍ୟବହାର କରିବାକୁ ହେବ।

ଗୁଗଲ ପିକ୍ସେଲର ଏହି ଡିଭାଇସରେ ମିଳିବ Android 11 ଅପଡେଟ

Android 11ର ଷ୍ଟାବଲ ଅପଡେଟ ଏବେ କେବଳ ଗୁଗଲ ପିକ୍ସେଲର କିଛି ବଛା ବଛା ସ୍ମାର୍ଟଫୋନରେ ମିଳିବ। ଏଥିରେ Pixel 2, Pixel 2 XL ଠାରୁ ନେଇ Pixel 3, Pixel 3 XL, Pixel 3A, Pixel 3A XL ଏବଂ Pixel 4 XL ମଧ୍ୟ ସାମିଲ ଅଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ Pixel 4 ଏବଂ Pixel 4 XL ଅଫିସିଆଲ ଭାବରେ ଭାରତୀୟ ବଜାରରେ ଉପଲବ୍ଧ ହୋଇନାହିଁ।

phone androidଏହି ସ୍ମାର୍ଟଫୋନରେ ମିଳିବ Android 11 ବିଟା ଅପଡେଟ

ଗୁଗଲ ପିକ୍ସେଲ ବ୍ୟତୀତ ଥାର୍ଡ ପାର୍ଟୀ ସ୍ମାର୍ଟଫୋନରେ ଏବେ ଆଣ୍ଡ୍ରଏଡ ୧୧ ବିଟା ଅପଡେଟ ମିଳିବ। ଏହି ସ୍ମାର୍ଟଫୋନରେ ରହିଛି ଏହି ସବୁ ଫୋନ ଯଥା :

  • OnePlus: OnePlus 8, OnePlus 8 Pro
  • Xiaomi: Xiaomi Mi 10, Xiaomi Mi 10 Pro
  • Oppo: Oppo Find X2, Oppo Find X2 Pro, Oppo Ace 2, Oppo Reno 3 4G, Oppo Reno 3 Pro 4G
  • Realme: Realme X50 Pro ସାମିଲ ରହିଛି।

Android 11 ଅପଡେଟକୁ କେମିତି କରିବେ ଇନଷ୍ଟଲ ?

କମ୍ପାଟେବଲ ଆଣ୍ଡ୍ରଏଡ ଫୋନରେ ଆଣ୍ଡ୍ରଏଡ ୧୧ ଅପଡେଟ ପାଇଁ ୟୁଜର୍ସଙ୍କୁ ସର୍ବପ୍ରଥମେ ସ୍ମାର୍ଟଫୋନର Settings menuକୁ ଯିବାକୁ ହେବ। ଏହାପରେ ଆପଣଙ୍କୁ ସିଷ୍ଟମ ଅପସନ ଦେଖାଯିବ, ଯାହାପରେ ଆପଣଙ୍କୁ କ୍ଲିକ କରିବାକୁ ହେବ। ଏହାପରେ System ଅପଡେଟ ଅପସନ୍‌ ମିଳିବ, ଯେଉଁଠି ଆପଣ ଅପଡେଟକୁ ଚେକ୍‌ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.