Below header

ପୁଣି ଏକ ଭୟ, ଋଷିଆରେ ମଣିଷ ଦେହରେ ଦେଖାଗଲା Bird flu ଭୁତାଣୁ

ନୂଆଦିଲ୍ଲୀ :  ଦେଶରେ  Bird flu ଭୂତାଣୁ ନେଇ ସଭିଏଁ ଚନ୍ତାରେ ଥିବା ବେଳେ ପକ୍ଷୀ ମାଂସ ଖାଇବା ଉପରେ କଟକଣା ଲାଗିଥିଲା । ତେବେ ପରେ Bird flu  ପ୍ରଭାବ ଭାରତରେ ନଥିବା ନେଇ ପ୍ରକାଶ ପାଇଥିଲା । ଏବେ Bird flu ଭୂତାଣୁ ଋଷରେ ମଣିଷ ଦେହରେ ଚିହ୍ନଟ ହୋଇଛି । ଏହି ଖବର ଏବେ ଚିନ୍ତାର ବିଷୟ ହୋଇଛି । ବିଶ୍ୱ କରୋନା ପ୍ରଭାବରୁ ମୁକୁଳି ପାରିନଥିବା ବେଳେ ମଣିଷ ଦେହରେ Bird flu ଭୂତାଣୁ ଚିହ୍ନଟ ହେବା ଘଟଣା ଆଉ ଏକ ଚିନ୍ତାର କାରଣ ହୋଇଛି ।

ଋଷରେ Bird flu ଭୂତାଣୁ ଏଚ୍‌୫ଏନ୍‌୮ ଷ୍ଟ୍ରେନ୍‌ ମଣଷକୁ ସଂକ୍ରମିତ କରିଥିବା ନେଇ ଋଷ ଅନୁସନ୍ଧାନ କେନ୍ଦ୍ର ଭେକ୍ଟରର ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଫଳରେ ସେଠାରେ ପକ୍ଷୀ ମାଂସ ଖାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଗତ ଡିସେମ୍ବର ମାସରେ ସାଉଥ ଋଷିଆର ଏକ କୁକୁଡା ଫାର୍ମରେ Bird flu  ଭୂତାଣୁ ଚିହ୍ନଟ ହେବା ପରେ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପରୀକ୍ଷା କରାଯାଇଥିଲା ।

ସେମାନଙ୍କ ଦେହରେ Bird flu ଭୂତାଣୁ ଥିବା ଦେଖାଯାଇଥିଲା । ତେବେ ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଜଣାଯାଇଛି । Bird flu ଋଷରେ ମାନବ ଶରୀରରେ ଦେଖାଯିବା ପରେ ଏବେ ଅଧିକାଂଶ ଦେଶ ଏଥିପାଇଁ ସତର୍କତା ଅବଲମ୍ବନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.