ମୟୁରଭଞ୍ଜ: ରାଇରଙ୍ଗପୁର ଟାଉନ ଥାନା ବସ ଷ୍ଟାଣ୍ଡରୁ ୬.୭୦ ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ

ମୟୁରଭଞ୍ଜ(କେନ୍ୟୁଜ୍): ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ବସ ଷ୍ଟାଣ୍ଡରୁ ବ୍ରାଉନସୁଗାର ଜବତ। ୬.୭୦ ଗ୍ରାମର ବ୍ରାଉନ ସୁଗର ଜବତ କରିବା ସହ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି ଟାଉନ ଥାନା ପୋଲିସ । ଅଭିଯୁକ୍ତ ଯୁବକ ଜଣକ ହେଲେ ଝାଡଖଣ୍ଡ ରାଜ୍ୟର ଆଦିତ୍ୟପୁରର ଅବଦୁଲ କୁଏମ । ଉକ୍ତ ଯୁବକ ଜଣକ ଝାଡଖଣ୍ଡରୁ ଆସି ରାଇରଙ୍ଗପୁର ଅଞ୍ଚଳରେ ପୂର୍ବରୁ ବ୍ରାଉନସୁଗାର ବିକ୍ରି କରିଆସୁଥିବା ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଟ୍ରାକିଂ ଚଳାଇଥିଲା ।

brownsugar 1

ତେବେ ଆଜି ବାଇକରେ ଆସି ରାଇରଙ୍ଗପୁର ବସଷ୍ଟାଣ୍ଡରେ ଡିଲ କରିବା ପୂର୍ବରୁ ପୋଲିସ ଚଢ଼ାଉ କରି ବ୍ରାଉନ ସୁଗର ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.