ମୋତେ ଅନେକଥର କିଭ୍ ଛାଡ଼ି ପଳାଇ ଯିବାକୁ କୁହାଗଲା ହେଲେ ମୁଁ ଗଲି ନାହିଁ : ୟୁକ୍ରେନ୍ ରାଷ୍ଟ୍ରପତି

୧-ଫର୍ମୁଲା ଓ୍ଵାନ୍ ରଷିଆନ୍ ଗ୍ରାଣ୍ଡପ୍ରି’କୁ ଆଉ ସମର୍ଥନ ଦେବ ନାହିଁ। ଆୟୋଜକଙ୍କ ସହ ଚୁକ୍ତି ବାତିଲ କଲା।
୨-ୟୁକ୍ରେନ୍ ଶରଣାର୍ଥୀମାନେ ଆସୁଥିବା ଯୋଗୁଁ ଚେକ୍ ରିପବ୍ଲିକ୍ ନିଜ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କଲା।
୩-ଯୁଦ୍ଧ ଅଞ୍ଚଳରେ ମାନବୀୟ କାର୍ଯ୍ୟରେ ବାଧା ସୃଷ୍ଟି ନକରିବାକୁ ଜାତିସଂଘର ନିବେଦନ । ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନ୍କୁ ସହାୟତା ପାଇଁ ୧.୫ ବିଲିୟନ ଡଲାର ଅର୍ଥ ସଂଗ୍ରହ ହୋଇଥିବା ସୂଚନା ।
୪-ୟୁକ୍ରେନ୍ର ଡେପୁଟି ପ୍ରାଇମ୍ ମିନିଷ୍ଟର ଅଭିଯୋଗ କରିଛନ୍ତି, ଆମ ଦେଶରେ ରକ୍ତପାତରେ କେବଳ ରୁଷିଆ ନୁହେଁ ନାଟୋର ମଧ୍ୟ ହାତ ଅଛି ।
୫-ରୁଷ୍ ଆକ୍ରମଣରେ ଖାରକିଭ ଅଞ୍ଚଳରେ ଆଜି ୩୪ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ୍ ସ୍ୱୀକାର କଲା । ମାରିପୋଲ ସହରରେ ବିଜୁଳି ଓ ପାଣି ଠପ୍ ।
୬-ବେଜିଂ ପାରା ଅଲିମ୍ପିକ୍ସରେ ରୁଷିଆ ଓ ବେଲାରୁଷ ପ୍ରତିଯୋଗୀ ଭାଗ ନେଇ ପାରିବେ ନାହିଁ । ସେମାନଙ୍କ ଉପରେ ଚୀନ୍ କଟକଣା ଲଗାଇଲା ।
୭-ରୁଷିଆ ମନ୍ତ୍ରୀ କହିଲେ ପରମାଣୁ ଯୁଦ୍ଧ କଥା ଆମ ମନରେ ନୁହେଁ ପାଶ୍ଚାତ୍ୟ ଦେଶର ନେତାଙ୍କ ମନରେ ଅଛି ।
୮-ୟୁକ୍ରେନ୍ ରାଷ୍ଟ୍ରପତି ଜିଲେନସ୍କିଙ୍କ ଚ୍ୟାଲେଞ୍ଜ, ଆମେ ୟୁକ୍ରେନ୍କୁ ପୁଣି ନୂଆ ଭାବରେ ଗଢ଼ିବ ଆଉ ଏଥିପାଇଁ ସବୁ କ୍ଷତିପୂରଣ ଦେବ ରୁଷିଆ ।
୯-ଯୁଦ୍ଧରେ ୟୁକ୍ରେନ୍କୁ ସାହାଯ୍ୟ ପାଇଁ ଜର୍ମାନୀ ୨୭୦୦ ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲ୍ ପଠାଇବ ।
୧୦-ପାଶ୍ଚାତ୍ୟ ଦେଶର ପ୍ରମୁଖ ନେତାମାନେ ମୋତେ ଚାରି ଚାରିଥର କିଭ୍ ଛାଡ଼ି ପଳାଇଯିବାକୁ କହିଲେ । ହେଲେ ମୁଁ ଜାଗା ଛାଡ଼ିଲି ନାହିଁ ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ।