ଛିଃ ଏତେ ନୃଶଂସ! ଶାରୀରିକ ସମ୍ପର୍କ ବେଳେ ରାଗ ଚିଡ଼ିବାରୁ ବୟଫ୍ରେଣ୍ଡ୍ର ଗୁପ୍ତାଙ୍ଗ କାଟିଲା ପ୍ରେମିକା
ମଣିଷ ନିଜ ହିତାହିତ ଜ୍ଞାନ ଭୁଲି ବେଳେବେଳେ ଏମିତି ଭୁଲ କରିଦିଏ, ଯାହାର କୌଣସି ପ୍ରାୟଶ୍ଚିତ ନ ଥାଏ। ନିକଟରେ ଜଣେ ମହିଳା ସେଭଳି ଏକ କାମ କରିଛନ୍ତି, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଛି। ମହିଳା ଜଣକ ନିଜ ବୟଫ୍ରେଣ୍ଡ୍ ଉପରେ ଏତେ ରାଗିଗଲେ ଯେ ସେ ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି। ତେବେ କେବଳ ଏତିକିରେ ତାଙ୍କ ନୃଶଂସତା ସରିନି। ଗୁପ୍ତାଙ୍ଗକୁ କାଟିବା ପରେ ସେ ତାକୁ ଏକ ବାଲ୍ଟିରେ ପକାଇ ଦେଇଥିଲେ। ୨୪ ବର୍ଷୀୟା ଏହି ମହିଳା ଆମେରିକାର ବିସକନ୍ସିନ୍ରେ ରୁହନ୍ତି। ତାଙ୍କ ନାଁ ଟେଲର ଡି ସ୍କାବିଜନେସ୍।
ରିପୋର୍ଟ ମୁତାବକ, ଫେବ୍ରୁଆରୀ ୨୩ରେ ପୁଅ ନିଖୋଜ ହୋଇଥିବା ନେଇ ପୋଲିସରେ ପରିବାର ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଏହା ପରେ ପୋଲିସ ତାଙ୍କ ମୋବାଇଲ ନମ୍ବର ଯାଞ୍ଚ୍ କରିବାରୁ ଶେଷ କଲ୍ ଗାର୍ଲଫ୍ରେଣ୍ଡ୍କୁ ଯାଇଥିବା ଜାଣିବାକୁ ପାଇଥିଲେ। ପରେ ପୋଲିସ ଗାର୍ଲଫ୍ରେଣ୍ଡ୍ର ଘର ଚେକ୍ କରିବାରୁ ଏକ ବାଲ୍ଟିରୁ ଯୁବକର କଟା ମୁଣ୍ଡ ପାଇଥିଲା। ତା’ପରେ ଯୁବତୀଙ୍କ କାର୍ରୁ ଯୁବକଙ୍କ ଶରୀରର ଅନ୍ୟ କଟା ଅଙ୍ଗପ୍ରତ୍ୟଙ୍ଗ ମିଳିଥିଲା। ପୋଲିସକୁ ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରିଥିଲା ଆଉ ଏକ ବାଲି୍ଟରୁ ମିଳିଥିବା ଗୁପ୍ତାଙ୍ଗ।
ଏ ନେଇ ପଚାରିବାରୁ ଟେଲର କହିଛନ୍ତି- ଆମେ ଏକ ଡ୍ରଗ୍ସ ସେବନ କରି ଶାରୀରିକ ସମ୍ପର୍କ ରଖୁଥିଲୁ। ଏହି ସମୟରେ ମୁଁ ମୋ ବୟଫ୍ରେଣ୍ଡ୍ର ତଣ୍ଟି ଚିପୁଥିଲି। ତାଙ୍କୁ ମାରିବା ମୋ ଉଦ୍ଦେଶ୍ୟ ନ ଥିଲା। ତାଙ୍କୁ ସେଭଳି ଅଣନିଃଶ୍ୱାସୀ ହେବା ଦେଖିବାକୁ ମୋତେ ଭଲ ଲାଗୁଥିଲା। ଏଣୁ ମୁଁ ଏମିତି କରୁଥିଲି। କିନ୍ତୁ ଏଥିରେ ତାଙ୍କ ମୃତ୍ୟୁ ଘଟିଥିଲା। ପରେ ତାଙ୍କ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ମୁଁ କାଟି ଅଲଗା କରି ଦେଇଥିଲି। ସେ ବେସ୍ମେଣ୍ଟରେ ଏହି କାଣ୍ଡ ଭିଆଇଥିଲେ ବୋଲି ପୋଲିସ ସନ୍ଦେହ କରୁଛି। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି।
Also Read: ବିବାହ ବନ୍ଧନରେ ବାନ୍ଧି ହେଲେ ଶାହିଦଙ୍କ ଭଉଣୀ ସନା, ସେୟାର କଲେ ଇମୋସନାଲ ପୋଷ୍ଟ