ଛାତ୍ରଙ୍କୁ ଏମିତି ଉତ୍ତର ଦେଇ ମନ ଜିତିଲେ ଶାହରୁଖ

ବଲିଉଡ଼ ବାଦଶାହ ରୋମାନ୍ସ କିଙ୍ଗ ଶାହରୁଖଙ୍କ ପରିଚୟ କାହାକୁ ଦରକାର ନାହିଁ। କାରଣ ସେ କେବଳ ଭରତ ନୁହେଁ ସାରା ବିଶ୍ବରେ ପରିଚିତ। ରୋମାନ୍ସ
କିଙ୍ଗଙ୍କ ପ୍ରଶଂସକ କିଛି କମ୍ ନାହାନ୍ତି। ସେ ଯୁଆଡେ ବି ଯାଆନ୍ତି ନିଜ ଫ୍ୟାନ୍ସଙ୍କ ମନରେ ଜାଗା ତିଆରି କରିଦିଅନ୍ତି। ତେବେ ବର୍ତ୍ତମାନ ଅନେକ ଦିନ ପରେ ତାଙ୍କର ଏକ ରିପ୍ଲାଏ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ତାଙ୍କ ଉତ୍ତର ସମସ୍ତଙ୍କ ମନ ଜିତି ନେଇଛି।

 

ଅନେକ ଦିନର ଗ୍ୟାପ ପରେ ଅର୍ଥାତ ଜିରୋ ଫିଲ୍ମ ପରେ ଶାହରୁଖ ତାଙ୍କର ଆଗମୀ ଫିଲ୍ମ ‘ପଠାନ’ ର ରିଲିଜ୍ ତାରିଖ ଟ୍ୟୁଟରରେ ଘୋଷଣା କରି ଟିଜର ସେୟାର କରିଛନ୍ତି। ଏହି ଫିଲ୍ମରେ ଦୀପିକା ପାଦୁକୋନ ଓ ଜନ ଅବ୍ରାହାମ୍ ମଧ୍ୟ ତାଙ୍କ ସହ ଅଭିନୟ କରିଛନ୍ତି। ଆଗମୀ ବର୍ଷ ୨୦୨୩ ଜାନୁୟାରୀ ୨୫ ତାରିଖରେ ଏହି ଫିଲ୍ମ ରିଲିଜ ହେବ ବୋଲି ସେ କହିଛନ୍ତି।

 

ତେବେ ସେ ଏହି ପୋଷ୍ଟ ସେୟାର କରିବା ପରେ ଟ୍ୟୁଟରରେ ‘Ask Me Anything ‘ ସେସନ୍ ଆରମ୍ଭ କରିଥିଲେ। ଏହାପରେ ଜଣେ ଛାତ୍ର ଶାହରୁଖଙ୍କୁ ପ୍ରଶ୍ନ ପଚାରିଥିଲେ ଯେ ‘ ସାର୍ ପାଠ ପଢ଼ାରେ ମନ ଲାଗୁନି, କେମିତି ପଢିବି। ସେମିତିରେ ବି ଶାହରୁଖ ପ୍ରାୟ ନିଜ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି। ସେ ହଠାତ୍ ହିଁ ରିପ୍ଲାଇ କରି କହିଥିଲେ ଯେ ‘ଦିମାଗ୍ ଟ୍ରାଏ କର୍ ସାୟଦ ୱର୍କ କରେଗା, ମନ୍ ପ୍ୟାର କେ ଲିଏ ରଖ୍। ମନେ ପାଠ ପଢ଼ିବା ପାଇଁ ମୁଣ୍ଡ ଦରକାର ଆଉ ମନ ତ ଅଛି ପ୍ରେମ କରିବା ପାଇଁ। ତାଙ୍କର ଏହି କଥା ସମସ୍ତଙ୍କ ମନକୁ ଛୁଇଁଛି। ଏହା ପ୍ରମାଣିତ କରିଛି ଯେ ସେ ପ୍ରକୃତରେ ଜଣେ ରୋମାନ୍ସ କିଙ୍ଗ।

ଶାହରୁଖଙ୍କ ଟ୍ୟୁଟରରେ ଏହି ଉତ୍ତର ପ୍ରାୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସୂଚନା ଅନୁଯାୟୀ ତାଙ୍କ ଫିଲ୍ମ ପଠାନ ଆଗମୀ ବର୍ଷ ବଡ଼ ପରଦାରେ ସିନେମା ଘରେ ରିଲିଜ ହେବ। ଏହା ଏକ ହାଇ ବଜେଟ ଫିଲ୍ମ। ଯେଉଁଥିରେ ଏକା ସାଙ୍ଗରେ ଦୀପିକା, ଜନ୍ ଆବ୍ରାହମ୍ ଓ ଶାହରୁଖଙ୍କୁ ଦେଖିବାକୁ ମିଳିବ।