ବିବାହ ବନ୍ଧନରେ ବାନ୍ଧି ହେଲେ ଶାହିଦଙ୍କ ଭଉଣୀ ସନା, ସେୟାର କଲେ ଇମୋସନାଲ ପୋଷ୍ଟ

ଶାହିଦ କପୁର ନିଜ ନବ ବିବାହିତା ଭଉଣୀ ସନା କପୁରଙ୍କୁ ବିବାହର ଶୁଭକାମନା ଜଣାଇଛନ୍ତି। ଶାହିଦଙ୍କ ଭଉଣୀ ସନା ମହାବଳେଶ୍ୱରରେ ସୀମା ପାହଓ୍ଵା ଓ ମନୋଜ ପାହଓ୍ଵାଙ୍କ ପୁଅ ମୟଙ୍କ ପାହଓ୍ଵାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏ ଅବସରରେ ସନାଙ୍କ ଭାଇ ଶାହିଦ ତାଙ୍କ ସହ ଫଟୋ ଉଠାଇ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋ ସେୟାର କରି ଶାହିଦ ଏକ ସୁନ୍ଦର କ୍ୟାପସନ୍ ବି ଲେଖିଛନ୍ତି।
ଶାହିଦ କପୁର ଭଉଣୀଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି- ସମୟ କେମିତି କଟିଯାଏ। ଏବେ ବୋହୂ ହୋଇଛ। ସମସ୍ତେ କେବେ ଏତେ ଜଲଦି ବଡ଼ ହୋଇଗଲେ ମୋ ଭଉଣୀମାନେ…ଏକ ନୂଆ ଆରମ୍ଭ ପାଇଁ ଶୁଭକାମନା। ପ୍ରିୟ ସନା କପୁର ଓ ମୟଙ୍କଙ୍କୁ ଶୁଭକାମନା।
View this post on Instagram
ସେହିପରି ସନା କପୁର ମଧ୍ୟ ନିଜ ବିବାହ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
View this post on Instagram
ସୂଚନାଯୋଗ୍ୟ ଯେ ସନା ହେଉଛନ୍ତି ଶାହିଦ କପୁରଙ୍କ ସାବତ ଭଉଣୀ। ସନା ପଙ୍କଜ କପୁର ଓ ସୁପ୍ରିୟା ପାଠକଙ୍କ ଝିଅ। ବିବାହରେ ତାଙ୍କ ମାଉସୀ ରତ୍ନା ପାଠକ, ମଉସା ନାସିରୁଦ୍ଦିନ ଶାହ ଓ ଭାଇ ଭିଭାନ୍ ଶାହ ମଧ୍ୟ ଉପସ୍ଥିତ ଥିଲେ। ଭିଭାନ୍ ବାହାଘରର ଅନେକ ଇନ୍ସାଇଡ୍ ଫଟୋ ବି ସେୟାର କରିଛନ୍ତି।
View this post on Instagram
View this post on Instagram
Read Also: ଭାରତୀୟ ଛାତ୍ରୀଙ୍କ ଢାଲ ବନିଲେ ୟୁକ୍ରେନ୍ ମହିଳା, ଇଜ୍ଜତ ବଞ୍ଚାଇବାକୁ ଉଠାଇଲେ ବନ୍ଧୁକ