ଭାରତୀୟ ଛାତ୍ରୀଙ୍କ ଢାଲ ବନିଲେ ୟୁକ୍ରେନ୍ ମହିଳା, ଇଜ୍ଜତ ବଞ୍ଚାଇବାକୁ ଉଠାଇଲେ ବନ୍ଧୁକ

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଖରାପ ହେବାରେ ଲାଗିଛି। ୟୁକ୍ରେନ୍କୁ ସମ୍ପୂର୍ଣ୍ଣ ଭାବେ କବ୍ଜା କରିବାକୁ ରୁଷ ସେନା ପୂରା ଦମ୍ରେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ୟୁକ୍ରେନ୍ ବି ଅସ୍ତ୍ର ଛାଡ଼ିବାକୁ ମନା କରି ଦେଇଛି। ଫଳରେ ସେଠାରେ ସ୍ଥିତି ଖରାପ ହେବାରେ ଲାଗିଛି। ତେବେ ଇତି ମଧ୍ୟରେ ୟୁକ୍ରେନ୍ରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।
ରିପୋର୍ଟ ମୁତାବକ, ସେଠାରେ ଭାରତୀୟ ଓ ୟୁକ୍ରେନ୍ର ଯୁବତୀଙ୍କୁ ବନ୍ଧୁକ ମୁନରେ କିଛି ଲୋକ ହଇରାଣ କରୁଥିବା ଖବର ସାମ୍ନାକୁ ଆସୁଛି। ୟୁକ୍ରେନ୍ ସରକାର ଏବେ ସାଧାରଣ ଲୋକଙ୍କୁ ବନ୍ଧୁକ ଯୋଗାଇ ଦେଇଥିବାରୁ ଏହାର ଫାଇଦା ଉଠାଇ କିଛି ଅସାମାଜିକ ଲୋକ ଝିଅଙ୍କୁ ହଇରାଣ କରୁଛନ୍ତି। ସେମାନେ ଖାସ୍ କରି ଦେଶ ଛାଡ଼ି ଚାଲିଯାଉଥିବା ଝିଅଙ୍କୁ ଅସଦାଚରଣ କରିବା ସହ ସେମାନଙ୍କ ଠାରୁ ମୋବାଇଲ ଓ ଟଙ୍କା ପଇସା ନେଇ ଯାଉଛନ୍ତି। କିନ୍ତୁ ଏବେ ଖବର ଆସିଛି ଯେ ଏଭଳି ଝିଅଙ୍କୁ ଏବେ ୟୁକ୍ରେନ୍ର ମହିଳାମାନେ ସୁରକ୍ଷା ଯୋଗାଉଛନ୍ତି।
Ukraine Old women and Children being taught how to use a gun cause of Putin. Pray for Ukraine pic.twitter.com/2WFLW6HBPk
— NUNGUA BURNA ( FACTOS RONALDO ) (@viewsdey) February 25, 2022
ୟୁକ୍ରେନ୍ ସରକାରଙ୍କ ପ୍ରଦତ୍ତ ବନ୍ଧୁକ ଧରି ୟୁକ୍ରେନ୍ର ମହିଳାମାନେ ଭାରତୀୟ ଓ ୟୁକ୍ରେନ୍ର ମହିଳାଙ୍କ ଧନ ଜୀବନ ଓ ଇଜ୍ଜତ ବଞ୍ଚାଉଥିବା ଦେଖିବାକୁ ମିଳିଛି। ଅସାମାଜିକ ଲୋକଙ୍କ ଟାର୍ଗେଟରେ ଏବେ ବସ୍ ଥିବାରୁ ମହିଳା ବନ୍ଧୁକଧାରୀ ବସ୍ରେ ରହି ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରୁଥିବା ନେଇ ୟୁକ୍ରେନ୍ରୁ ଫେରିଥିବା ଜଣେ ଭାରତୀୟ ଛାତ୍ରୀ କହିଛନ୍ତି। ଏବେ ୟୁକ୍ରେନ୍ର ମହିଳାମାନେ ଦେବଦୂତ ଭଳି ସେଠାରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।
Also Read: ବଦଳିଲା ଅକ୍ଷୟ କୁମାରଙ୍କ ‘ପୃଥ୍ଵୀରାଜ୍’ର ରିଲିଜ୍ ତାରିଖ, ଏହି ଦିନ ଆସିବ ପରଦାକୁ