ଯେତେ ବଡ଼ ଦୁଃଖର ପାହାଡ଼ ଛିଡ଼ିପଡ଼ୁ ନା କାହିଁକି, ଭୁଲ୍ରେ ବି କାହା ଆଗରେ କୁହନ୍ତୁ ନାହିଁ ଏହି ସବୁ କଥା

ଦୁନିଆର ମହାନ ବିଦ୍ୱାନ ଆଚାର୍ଯ୍ୟ ଚାଣକ୍ୟ ଧନ, ସ୍ୱାସ୍ଥ୍ୟ, ବ୍ୟବସାୟ, ଦାମ୍ପତ୍ୟ ଜୀବନ, ବନ୍ଧୁତା, ସମାଜ ସହ ଜଡ଼ିତ ଅନେକ କଥା ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାକି ଚାଣକ୍ୟ ନୀତି ନାମରେ ବେଶ୍ ଜଣାଶୁଣା। ତାଙ୍କର ଏହି ନୀତିବାଣୀଗୁଡିକ ବ୍ୟକ୍ତିକୁ ଅନେକ ଅସୁବିଧାରୁ ରକ୍ଷା କରିଥାଏ ଏବଂ ଏକ ସଫଳ ଓ ସୁଖମୟ ଜୀବନ ମଧ୍ୟ ପ୍ରଦାନ କରିଥାଏ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ବ୍ୟକ୍ତିର ଜୀବନରେ ସୁଖ, ଦୁଃଖ ଲାଗି ରହିଥାଏ। କିନ୍ତୁ ଅତି ବଡ଼ ଦୁଃଖ ସମୟରେ ବି ତାକୁ କିଛି କଥା ଗୁପ୍ତ ରଖିବା ଉଚିତ୍। ଭୁଲ୍ରେ ବି ଆଉ କାହା ଆଗରେ ତାହାକୁ ପ୍ରକାଶ କରିବା ଉଚିତ୍ ନୁହେଁ।
ଦୁଃଖରେ ବି ଏହି କଥା ପାଟିରୁ ବାହାର କରନ୍ତୁ ନାହିଁ
-ଜଣେ ବ୍ୟକ୍ତିଙ୍କ ଜୀବନରେ ଯଦି କୌଣସି ବଡ଼ ଧରଣର ଆର୍ଥିକ କ୍ଷତି ଘଟୁଛି, ତା’ ହେଲେ ଭୁଲ୍ରେ ବି ଏହି କଥା କାହାକୁ କହିବା ଉଚିତ ନୁହେଁ। ନଚେତ୍ ଲୋକମାନେ ହଠାତ୍ ଆପଣଙ୍କଠାରୁ ଦୂରେଇ ଯିବାକୁ ଲାଗିବେ। ସେମାନଙ୍କୁ ଲାଗିବ ଯେ ଆପଣ ଦରିଦ୍ର ଅବସ୍ଥାକୁ ଆସି ଯାଇଛନ୍ତି।
-ଯଦି ଆପଣଙ୍କ ପତ୍ନୀଙ୍କଠାରେ କୌଣସି ଅବଗୁଣ ରହିଛି ଏବଂ ମଝିରେ ମଝିରେ ସେ ଆପଣଙ୍କୁ ଅପମାନିତ କରୁଛନ୍ତି, ତେବେ ଏହି ବିଷୟ ମଧ୍ୟ କାହାରି ଆଗରେ ପ୍ରକାଶ କରିବା ଉଚିତ ନୁହେଁ। ଏହି କଥା ଆପଣ ଦୁହିଁଙ୍କ ମଧ୍ୟରେ ସୀମିତ ରହିବା ଦରକାର। ନଚେତ୍ ଏହା ସାରା ଜୀବନ ପାଇଁ ଆପଣଙ୍କ ଛବିକୁ ଖରାପ କରିଦେବ।
-ଯଦି ଆପଣଙ୍କୁ କେଉଁଠି ବି ଅପମାନିତ କରାଯାଉଛି, ତ ଏହି କଥାକୁ ନିଜ ପାଖରେ ହିଁ ରଖନ୍ତୁ। ନଚେତ୍ କେହି ଆପଣଙ୍କୁ ଖାତିର କରିବେ ନାହିଁ। ଓଲଟା ଏହା ଆପଣଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିଦେବ।
ଆଚାର୍ଯ୍ୟ ଚାଣକ୍ୟ ସେହି ଜିନିଷଗୁଡ଼ିକ ବିଷୟରେ ମଧ୍ୟ କହିଛନ୍ତି, ଯାହା ଆପଣଙ୍କୁ ଅତ୍ୟଧିକ ଦୁଃଖରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ। ଚାଣକ୍ୟଙ୍କ ନୀତି ଅନୁସାରେ, ଜ୍ଞାନ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଜଣେ ଭଲ ପତ୍ନୀଙ୍କ ସମର୍ଥନ ଜଣେ ବ୍ୟକ୍ତିର ପ୍ରତ୍ୟେକ ଦୁଃଖକୁ ଦୂର କରିବାରେ ସହାୟକ ହୋଇଥାଏ। ବଡ଼ ବଡ଼ ଚ୍ୟାଲେଞ୍ଜକୁ ମଧ୍ୟ ମୁକାବିଲା କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଭାବରେ କାର୍ଯ୍ୟ କରିଥାଏ। ଏହି ତିନୋଟି ଜିନିଷ ସାହାଯ୍ୟରେ ଜଣେ ବ୍ୟକ୍ତି ନିଜ ଜୀବନକୁ କେବଳ ସୁରୁଖୁରୁରେ ଆଗକୁ ନେଇ ନ ଥାଏ, ବରଂ ଉଚ୍ଚତାକୁ ମଧ୍ୟ ସ୍ପର୍ଶ କରି ପାରିଥାଏ।