‘ସେକ୍ସ ପାଇଁ ମନା କରିବା କ୍ରୁରତା’! ଛାଡ଼ପତ୍ର ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଦେଲେ ଏମିତି ଟିପ୍ପଣୀ

ଛତିଶଗଡ଼ର ବିଳାସପୁର ହାଇକୋର୍ଟ ଏକ ଛାଡପତ୍ର ଆବେଦନ ଉପରେ ଶୁଣାଣି କରି ଗମ୍ଭୀର ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସେକ୍ସ ଏକ ସୁସ୍ଥ ବୈବାହିକ ଜୀବନ ପାଇଁ ବହୁତ ଜରୁରୀ। ଏଥି ସହିତ କୋର୍ଟ ଉକ୍ତ ଛାଡପତ୍ର ଆବେଦନକୁ ମଧ୍ୟ ସ୍ୱୀକାର କରିଛନ୍ତି। କୋର୍ଟ କହିଛନ୍ତି ଯେ ବିବାହ ପରେ ସ୍ୱାମୀ କିମ୍ବା ସ୍ତ୍ରୀ, କେହି ବି ଯଦି ଶାରୀରିକ ସମ୍ପର୍କ ରଖିବାକୁ ମନା କରନ୍ତି, ତେବେ ଏହା କ୍ରୁରତା ବରାବର ହୋଇଥାଏ।

ସୂଚନା ମୁତାବକ, ବିଳାସପୁରର ଜଣେ ଯୁବକ ବେମେତରାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର କିଛି ଦିନ ପରଠାରୁ ସ୍ତ୍ରୀ ତାଙ୍କ ବାପ ଘରକୁ ଯାଇ ସେଠାରେ ରହିବାକୁ ଲାଗିଲେ। ସ୍ୱାମୀ ପଚାରିଲେ ବିଭିନ୍ନ ବାହାନା ଦେଖାଉ ଥିଲେ। ସ୍ୱାମୀଙ୍କ କହିବା ଅନୁସାରେ, ପାଖାପାଖି ୪ ବର୍ଷ ଧରି ସ୍ତ୍ରୀ ଲଗାତାର ବିଭିନ୍ନ ପର୍ବ ପର୍ବାଣିରେ ତାଙ୍କ ବାପ ଘରକୁ ଚାଲି ଯାଉଥିଲେ। ଏହାପରେ ସ୍ୱାମୀ ଛାଡପତ୍ରର ଡିଗ୍ରୀ ମାଧ୍ୟମରେ ବିବାହ ବିଚ୍ଛେଦ କରିବା ପାଇଁ ପରିବାର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆବେଦନରେ କୁହାଯାଇଥିଲା କି, ବିବାହର କିଛି ଦିନ ପରଠାରୁ ହିଁ ସ୍ତ୍ରୀଙ୍କ ଆଚରଣ ସ୍ୱାମୀଙ୍କ ପ୍ରତି କ୍ରୁରତା ଭଳି ଥିଲା। ଏହା କହି ସ୍ତ୍ରୀ ପ୍ରତାଡ଼ିତ କରୁଥିଲେ ଯେ ତାଙ୍କ ଶରୀର ଭାରୀ ଏବଂ ସେ ସୁନ୍ଦର ନୁହଁନ୍ତି। ଶ୍ୱଶୁରଙ୍କ ମୃତ୍ୟୁ ପରେ ସ୍ତ୍ରୀ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ। ସେ ୪ ବର୍ଷ ଧରି ସେଠାରେ ରହିଥିଲେ। ସ୍ୱାମୀ ଅନେକ ଥର ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ ଫେରି ଆସିବାକୁ କହିଥିଲେ। ହେଲେ ସେ ଓଲଟା ସ୍ୱାମୀଙ୍କୁ ତାଙ୍କ ବାପ ଘରେ ଆସି ରହିବାକୁ କହୁଥିଲେ। ଏଥି ସହ ସ୍ୱାମୀଙ୍କୁ ନ ଜଣାଇ ସ୍ତ୍ରୀ ଚାକିରି କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ, ଯେତେବେଳେ କି, ବିବାହ ସମୟରେ ସ୍ପଷ୍ଟ କରାଯାଇଥିଲା ଯେ ବିବାହ ପରେ ଝିଅ ଚାକିରି କରିବ ନାହିଁ।