କେବଳ ପୁରୁଷ ନୁହେଁ ମହିଳାଙ୍କ ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ କେଶର ପାଣି, ଜାଣନ୍ତୁ କେମିତି

କେସରର ଫାଇଦା ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ବହୁତ କମ୍‌ ଲୋକ ଏହାର ପାଣିର ଫାଇଦା ବିଷୟରେ ଜାଣିଛନ୍ତି। ମହିଳାମାନେ କେସର ପାଣି ପିଇପାରିବେ। କେସର ପାଣି ମହିଳାଙ୍କ ପାଇଁ ବରଦାନ ସଦୃଶ। ପିରିଅଡ୍ସରେ ହେଉଥିବା ଯନ୍ତ୍ରଣା ହେଉ ଅବା କେଶ ଝଡିବା ସମସ୍ୟା ହେଉ କେସର ପାଣି ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ତେବେ କେସର ପାଣିକୁ କେମିତି ପ୍ରସ୍ତୁତ କରିବେ ଆଉ ମହିଳାଙ୍କୁ କ’ଣ କ’ଣ ଫାଇଦା ମିଳିଥାଏ।

ଆପଣମାନେ ନିଶ୍ଚିତ ଜାଣିଥିବେ, ହାଲୁଓ୍ଵାକୁ ସଜାଇବା ପାଇଁ ହେଉ ଅବା କ୍ଷୀରରେ କେସର ପକାଇ ପିଇବା ହେଉ ଭାରତୀୟ ରୋଷେଇ ଘରେ ନିଶ୍ଚିତ କେସର ରହିଥାଏ। କେସରରେ ପ୍ରୋଟିନ, କ୍ୟାଲସିଅମ, ଫାଇବର, ମାଙ୍ଗାନିଜ, ପୋଟାସିଅମ, ଭିଟାମିନ ଏ, ଭିଟାମିନ ସି ଇତ୍ୟାଦି ଅନେକ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ। ଯାହା ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ସହିତ ରୋଗ ସହିତ ଲଢିବାର ଶକ୍ତି ଓ କ୍ଷମତା ପ୍ରଦାନ କରିଥାଏ।

kesar
Photo credit: India MART

ପିରିଅଡ୍ସରେ ମିଳୁଥିବା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କେସରର ୪ରୁ ୫ଟି ନେଇ ପାଣିରେ ପକାଇ ସିଝାଇ ଦିଅନ୍ତୁ। ଏହି ପାଣିକୁ ଛାଣି ପିଇଲେ ଫାଇଦା ମିଳିଥାଏ।

ତ୍ୱଚା ପାଇଁ କେସର ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। କେସର ପାଣି ତ୍ୱଚାକୁ ହାଇଡ୍ରେଟ କରିବା ସହ ବ୍ରଣ ସମସ୍ୟାରୁ ମୁକ୍ତି ଦିଏ।

କେଶ ଝଡିବା ସମସ୍ୟା ପାଇଁ କେସର ପାଣି ବେଶ୍‌ ଫାଇଦାଯୁକ୍ତ। ପ୍ରତିଦିନ କେସର ପାଣି ପିଇଲେ କେଶ ଝଡିବା ସମସ୍ୟା ଦୂର ହୁଏ। ଯାହା କେଶମୂଳକୁ ମଜବୁତ କରିଥାଏ।

Also Read : ନେଲପଲିସ ଏକ୍ସପାୟାର ହୋଇଛି ନି କାହିଁ ଜାଣିବେ କେମିତି ?