ନେଲପଲିସ ଏକ୍ସପାୟାର ହୋଇଛି ନି ନାହିଁ ଜାଣିବେ କେମିତି ?

ଅଧିକାଂଶ ମହିଳା ଡ୍ରେସ ସହିତ ମ୍ୟାଚିଂ କରି ନେଲପଲିସ ଲଗାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଏହିସବୁ ନେଲପଲିସ୍‌ର ଏକ୍ସପାୟାର ତାରିଖ କେତେ ଦିନ ଯାଏଁ ରହିଥାଏ। କେତେ ଦିନ ଯାଏଁ ଏହାକୁ ବ୍ୟବହାର କରିବା ଉଚିତ। ଅନ୍ୟ ସବୁ ଜିନିଷ ଉପରେ କେବେ ମ୍ୟାନୁଫ୍ୟାକ୍ଚର ଏବଂ କେବେ ଏକ୍ସପାୟାର ତାରିଖ ରହିଥାଏ। କିନ୍ତୁ ନେଲପଲିସ ଉପରେ କିଛି ବି ସେମିତି ଲେଖାନଥାଏ।

ତେବେ ଆପଣ ଯଦି ବାରମ୍ବାର ପ୍ରିୟ ରଙ୍ଗର ନେଲପଲିସକୁ ଲଗାଉଥାନ୍ତି, ତେବେ କେତେ ଦିନ ଯାଏଁ ଏହାକୁ ଲଗାଇବେ ତାହା ଜାଣନ୍ତି କି ?

କେତେ ଦିନରେ ଏକ୍ସପାୟାର ହୁଏ ନେଲପଲିସ :

ସାଧାରଣତଃ ରେଗୁଲାର ନେଲପଲିସି ୧୮-୨୪ ମାସ ପର୍ଯ୍ୟନ୍ତ ରହିଥାଏ। ଜେଲ ନେଲପଲିସ ୨୪-୨୬ ମାସ ଭିତରେ ଏକ୍ସପାୟାର ହୋଇଯାଏ।

ଏକ୍ସପାୟାର ଯାଞ୍ଚ କରିବାର ଟିପ୍ସ :

– ଏକ୍ସପାୟାର ନେଲପଲିସ ଜାଣିବା ପାଇଁ ପ୍ରଥମେ ଏହାର ଲେବଲକୁ ଯାଞ୍ଚ କରନ୍ତୁ। ନେଲ ପଲିସ ଉପଯୋଗ କରିବା ସୁରକ୍ଷିତ କି ନୁହେଁ ଏହା ବିଷୟରେ ଲେବଲରୁ ଜାଣିପାରିବେ।

– ଯଦି ଆପଣ ଲଗାଉଥିବା ନେଲପଲିସ ରଙଗ ବଦଳାଏ, ତେବେ ଏହାକୁ ଫୋଫାଡିଦିଅନ୍ତୁ। ଏହାକୁ ବ୍ୟବହାର କରିବା ଦ୍ୱାରା ନଖ ଖରାପ ହୋଇଯାଏ।

– ଅନେକ ଥର ନେଲପଲିସ ବୋତଲ ବାରମ୍ବାର ହଲାଇବା ସତ୍ତ୍ୱେ ନେଲପଲିସ ଭଲ ଭାବେ ମିଶେ ନାହିଁ। ଏହା ନଖରେ ମଧ୍ୟ ଭଲଭାବେ ଲାଗେ ନାହିଁ। କେଉଁଠି ମୋଟା ଆଉ କେଉଁଠି ପତଳା ହୋଇ ଲାଗେ। ଏମିତି ହେଉଥିଲେ ଏହାକୁ ଫୋପାଡିଦିଅନ୍ତୁ।

– ନେଲପଲିସ ବୋତଲ ଯଦି ସହଜରେ ଖୋଲୁନାହିଁ, ତେବେ ଜାଣିରଖନ୍ତୁ ଏହା ଏକ୍ସପାୟାର ହୋଇଯାଇଛି।

nail polish

କେମିତି କରିବେ ନେଲପଲିସ ଷ୍ଟୋର:

ନେଲପଲିସ ଜଲଦି ନ ଶୁଖିବା ପାଇଁ ଆପଣ ଫ୍ରିଜରେ ରଖିପାରିବେ।

ନେଲପଲିସ ବୋତଲ ସବୁବେଳେ ସିଧା ରଖନ୍ତୁ।

ସବୁବେଳେ ବ୍ରାଣ୍ଡ୍‌ ନେଲପଲିସ ବ୍ୟବହାର କରନ୍ତୁ।

 

Also Read : କଣ ବିବାହ ପୂର୍ବରୁ ଆପଣ ବି ପିନ୍ଧୁଛନ୍ତି କି ପାଉଁଜି, ତାହେଲେ ଜାଣନ୍ତୁ ଏହା ଠିକ ନା ଭୁଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.