ଥାନାର ଦ୍ୱାରସ୍ଥ ହେଲେ ଗଙ୍ଗାବାଡ ସରପଞ୍ଚ, ହାରିଯାଇଥିବା ପ୍ରାର୍ଥୀ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ କରିଥିବା ଅଭିଯୋଗ

ଗଜପତି(କେନ୍ଯୁଜ୍): ଥାନାର ଦ୍ୱାରସ୍ଥ ହେଲେ ଗଙ୍ଗାବାଡ ସରପଞ୍ଚ। ନିର୍ବାଚନରେ ହାରିଯିବାରୁ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଗାତ ଖୋଳି, ବଡ ବଡ ପଥର ରଖି ହାରିଯାଇଥିବା ସରପଞ୍ଚ ପ୍ରାର୍ଥୀ ରାସ୍ତା ବନ୍ଦ କରିଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତରେ ଏହି ଘଟଣା ଦେଖିବାକୁ ମିଳିଛି।

ଏନେଇ ଥାନାର ଦ୍ୱାରସ୍ଥ ହେଲେ ଗଙ୍ଗାବାଡ ସରପଞ୍ଚ। ଦୀର୍ଘ ୧୫ ବର୍ଷରୁ ଅଧିକ ହେବ ହରୀବନ୍ଧୁ କାର୍ଜି ଓ ତାଙ୍କ ପରିବାର ଲୋକ ସ୍ୱାଧିନ ପ୍ରାର୍ଥୀ ଭାବେ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ଚଳିତ ନିର୍ବାଚନରେ ମଧ୍ୟ ସରପଞ୍ଚ ଭାବେ ବିଜୟ ହାସଲ କରିଛନ୍ତି। ଜନୈକ ପ୍ରାର୍ଥୀ ହାରିବା ପରେ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଗାତ ଖୋଳି, ପଥର ପକାଇ ଗାଁ ରାସ୍ତା ବନ୍ଦ କରିଥିବା ଅଭିଯୋଗ ହୋଇଛି। ଗଙ୍ଗାବାଡ ସରପଞ୍ଚ ଓ କିଛି ସ୍ଥାନୀୟ ଲୋକ ଗାରବନ୍ଧ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଘଟଣାସ୍ଥଳକୁ ଏକ ପୋଲିସ ଟିମ୍‌ ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.