ୟୁକ୍ରେନର ବଡ଼ ସହର ଖେରସନ୍କୁ ନିଜ ନିୟନ୍ତ୍ରଣକୁ ନେଇଛି ଋଷ୍, ଧ୍ୱଂସ ହୋଇଯାଇଛି ସାମରିକ ପ୍ରତିଷ୍ଠାନ

କେନ୍ୟୁଜ୍(ବ୍ୟୁରୋ):ଋଷ୍ କବଜାରେ ଖେରସନ୍ ସହର । ଦକ୍ଷିଣ ୟୁକ୍ରେନର ବଡ଼ ସହର ଖେରସନ୍କୁ ନିଜ ନିୟନ୍ତ୍ରଣକୁ ନେଇଛି ଋଷ୍ । ଏନେଇ ସ୍ଥାନୀୟ ମେୟର ଇଗୋର କୋଲିଖାଇଭେ ସୋସିଆଲ ମିଡିଆରେ ଜଣାଇଛନ୍ତି। ଖେରସନ କାଉନ୍ସିଲ କୋଠା ରୁଷ ସେନାଙ୍କ କବଜାରେ ରହିଛି। କ୍ରିମିଆକୁ ଲାଗିଛି ଖେରସନ୍ ସହର । ଏହାର ସମସ୍ତ ସାମରିକ ପ୍ରତିଷ୍ଠାନ ଧ୍ୱଂସ ହୋଇଯାଇଛି । କୌଣସି ସ୍ଥାନରେ ୟୁକ୍ରେନ ସେନାର ପ୍ରଭାବ ଦେଖିବାକୁ ମିଳୁନାହିଁ । ଖେରସେନରେ ଋଷ ଟ୍ୟାଙ୍କର ଓ ଯୁଦ୍ଧ ଗାଡ଼ି ଚକର କାଟୁଛନ୍ତି ।
ଖେରସନ ପରେ ପରିବହନ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ଓଡେଶା ଉପରେ ଋଷର ଟାର୍ଗେଟ ରହିଛି । ଓଡେଶାକୁ ଦଖଲ କରିବା ପାଇଁ ଏକାଧିକ ଋଷ ଯୁଦ୍ଧ ଜାହାଜ ନିଜର ଅପରେସନ ଆରମ୍ଭ କରିଛନ୍ତି । ଆକାଶପଥରୁ ପୂର୍ବଭଳି ଓଡେଶା ଉପରେ ହମଲା ଜାରି ରହିଛି ।