Below header

ବୁଚାରେ ନାବାଳିକାଙ୍କୁ ବନ୍ଦୀ ରଖି ପ୍ରତିଦିନ ଦୁଷ୍କର୍ମ କରିଥିଲା ରୁଷ ସେନା, ଏବେ ସବୁ ଗର୍ଭବତୀ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିରହିଛି। ରୁଷ ହେଉ କିମ୍ବା ୟୁକ୍ରେନ କେହି ବି ପଛକୁ ହଟିବା ପାଇଁ ଚାହୁଁନାହାନ୍ତି। ଏହି ଯୁଦ୍ଧ ଯୋଗୁଁ ୟୁକ୍ରେନର କେତେକ ସହର ଛାରଖାର ହୋଇଯାଇଛି। ବୁଚା, ମାରିୟୁପୋଲ ଏବଂ ଲିଭରେ ସବୁକିଛି ଧ୍ୱଂସ ହୋଇଯାଇଛି। ବୁଚାରେ ହୋଇଥିବା ନରସଂହାର ଫଟୋ ସାମ୍ନାକୁ ଆସିଛି। ଆଉ ଫଟୋ ସାମ୍ନାକୁ ଆସିବା ପରେ ୟୁକ୍ରେନ ସଂସଦର ମାନବାଧିକାର କମିଶନର ଦାବି କରିଛନ୍ତି କି, ବୁଚାରେ ୨୫ ଯୁବତୀଙ୍କୁ ବନ୍ଦୀ ରଖି ପ୍ରତିଦିନ ରୁଷ ସୈନ୍ୟ ଦୁଷ୍କର୍ମ କରିଥିଲେ। ଆଉ ସେମାନଙ୍କ ମଧ୍ୟରୁ ଏବେ ଅନେକ ଯୁବତୀ ଗର୍ଭବତୀ ରହିଛନ୍ତି।

ରିପୋର୍ଟ ମୁତାବକ, ୟୁକ୍ରେନ ସଂସଦର ମାନବାଧିକାର କମିଶନର ଲୁଡାମିଲା ଡେନିସୋଭା କହିଛନ୍ତି, ବୁଚାରେ ରୁଷ ସୈନିକ ମହିଳା ଏବଂ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ପାଖାପାଖି ୨୫ ଜଣ ଯୁବତୀଙ୍କୁ ବେସମେଣ୍ଟରେ ଅପହରଣ କରି ରଖି ସେମାନଙ୍କ ସହିତ ରୁଷ ସୈନିକ ଦୁଷ୍କର୍ମ କରିଥିଲେ। ଆଉ ଏମାନଙ୍କ ମଧ୍ୟରୁ ଏବେ କେତେ ଜଣ ଯୁବତୀ ଗର୍ଭବତୀ ରହିଛନ୍ତି। ଗର୍ଭବତୀ ହୋଇଥିବା ଯୁବତୀଙ୍କ ବୟସ ୧୪ରୁ ୨୪ ବର୍ଷ ମଧ୍ୟରେ ରହିଛି।

ଡେନିସୋଭା ନିଜ ଫେସବୁକ ପେଜରେ ଅତିକମରେ ୨ ଜଣ ନାବାଳିକା ୧୪ ବର୍ଷ ଏବଂ ୧୧ ବର୍ଷର ପିଲାଙ୍କ ବିଷୟରେ ଲେଖି ପୋଷ୍ଟ କରିଛନ୍ତି। ଏହସହିତ ୟୁରୋପରେ ସୁରକ୍ଷା ଏବଂ ସହଯୋଗ ସଂଗଠନକୁ ଏହି ସବୁ ତଥ୍ୟର ଯାଞ୍ଚ କରିବା ପାଇଁ ଅନୁରୋଧ କରିଛନ୍ତି।

ୟୁକ୍ରେନ ଉପ ପ୍ରଧାନମନ୍ତ୍ରୀଙ୍କ କହିବାନୁଯାୟୀ, ରୁଷ ୫୦୦ରୁ ଅଧିକ ମହିଳାଙ୍କୁ ବନ୍ଦୀ କରି ରଖିଥିଲା। ସେମାନଙ୍କ ସହିତ ଅତି ଖରାପ ବ୍ୟବହାର ମଧ୍ୟ କରିଥିଲା। ସେମାନଙ୍କୁ ବସିବାକୁ ଅନୁମତି ନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.