Below header

ତିରୁପତି ମନ୍ଦିରରେ ଦଳାଚକଟା, ତିନି ଶ୍ରଦ୍ଧାଳୁ ଆହତ, ବିନା ଟିକେଟରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଆନ୍ଧ୍ର ପ୍ରଦେଶର ତିରୁମଲ୍ଲା ଭେଙ୍କେଟେଶ୍ୱର ମନ୍ଦିରରେ ଆଜି ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା । ଏହି ଘଟଣାରେ ତିନି ଦର୍ଶନାର୍ଥୀ ଗଭୀର ଭାବରେ ଆହତ ହୋଇଥିବା ଜଣାଯାଇଛି । ଆଧିକାରୀକ ସୂତ୍ରରୁ ଜଣାଯାଇଛିକି ଆଜି ପୂର୍ବାହ୍ନ ସମୟରେ ଦର୍ଶନ ପାଇଁ ସେହି ସ୍ଥାନରେ ହଟାତ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିଥିଲା । ପରେ ସ୍ଥିତି ଏମିତି ଭାବେ ବିଗିଡି ଥିଲା ଯେ ସମ୍ଭାଳିବା ସମ୍ଭବ ହୋଇ ପାରିନଥିଲା । ଫଳରେ ଦଳା ଚକଟାରେ ତିନି ଜଣ ଆହତ ହୋଇଥିବା ଜଣାଯାଇଛି । ଏକ ସମାଜ ସରବରାହ ସଂସ୍ଥାର କହିବା ଅନୁଯାୟୀ, ଏଠାକୁ ଶ୍ରଦ୍ଧାଳୁ ମାନେ ସର୍ବସାଧାରଣ ଦର୍ଶନ ଟିକେଟ ନେବା ପାଇଁ ପହଂଚିଥିଲେ । ଆଉ ସେଠାରେ ପ୍ରବଳ ଭିଡ ଜମିଥିଲା ।

ଟିଟିଡି ସୂତ୍ରରୁ ଜଣାଯାଇଛିଯେ ଟିକେଟ କାଟିବା ପାଇଁ ତିନିଟି କାଉଣ୍ଟର ଖୋଲାଯାଇଛି । କିନ୍ତୁ ଆଜି ପୂର୍ବାହ୍ନ ସମୟରେ ତିନୋଟି ଯାକ ଟିକେଟ କାଉଣ୍ଟରରେ ଅସମ୍ଭବ ଭିଡ ଜମିଥିଲା । କିନ୍ତୁ ଏମିତି ଏକ ପରିସ୍ଥିତି ଦେଖାଦେବା ପରେ ଟିଟିଡିର ପିଆରଓ ରବି କୁମାରଙ୍କ ପ୍ରକାଶ କରିଛନ୍ତିକି, ଏଣିକି ବିନା ଟିକେଟରେ ଶ୍ରଦ୍ଧାଳୁ ମାନେ ଦର୍ଶନ ପାଇଁ ଯାଇପାରିବେ । ଆଉ ବର୍ତ୍ତମାନ ସାଧାରଣ ସ୍ଥିତି ଥିବା ନେଇ ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.