ରୁହନ୍ତୁ ସତର୍କ! ସମୁଦ୍ରରେ ମିଳିଲା ୫,୫୦୦ ନୂତନ ଭାଇରସ୍‌; ନୂଆ ରୋଗର ହୋଇପାରେ କାରଣ…

ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଆମେ କରୋନା ଭାଇରସ୍‌ ସହ ଜୁଝି ହେଉଛେ। ଏବେ ବୈଜ୍ଞାନିକମାନେ ସମୁଦ୍ରରେ ୫,୫୦୦ ନୂଆ ଭାଇରସ୍‌ ଆବିଷ୍କାର କରିଛନ୍ତି। ଆମେରିକାସ୍ଥିତ ଓହାୟୋ ଷ୍ଟେଟ୍‌ ୟୁନିଭର୍ସିଟିର ଗବେଷକମାନେ କହିଛନ୍ତି ଯେ କରୋନା ଭଳି ଏହା ମଧ୍ୟ RNA ଭାଇରସ୍‌। ଚିନ୍ତାଜନକ ବିଷୟ ହେଉଛି, ଆବିଷ୍କୃତ ହୋଇଥିବା ଏହି ଭାଇରସ୍‌ଗୁଡ଼ିକ ଭାରତର ଆରବ ସାଗର ଏବଂ ହିନ୍ଦୁ ମହାସାଗରର ଉତ୍ତର-ପଞ୍ଚିମାଞ୍ଚଳରେ ମଧ୍ୟ ରହିଛନ୍ତି।

ଏହି ଅଧ୍ୟୟନ ନିକଟରେ ସାଇନ୍ସ ଜର୍ନାଲରେ ପ୍ରକାଶିତ ହୋଇଛି। ଭାଇରସ୍‌ ଖୋଜିବା ପାଇଁ ବୈଜ୍ଞାନିକମାନେ ବିଶ୍ୱର ସମସ୍ତ ସମୁଦ୍ରର ୧୨୧ଟି ଅଞ୍ଚଳରୁ ୩୫ ହଜାର ପାଣି ନମୁନା ସଂଗ୍ରହ କରିଥିଲେ। ଯାଞ୍ଚରେ ପାଖାପାଖି ୫,୫୦୦ ନୂଆ RNA ଭାଇରସ୍‌ର ସନ୍ଧାନ ମିଳିଥିଲା। ସେଗୁଡ଼ିକ ମଧ୍ୟରେ ୫ ବର୍ତ୍ତମାନର ପ୍ରଜାତି ଥିବାବେଳେ ୫ ନୂତନ ପ୍ରଜାତିର ଥିଲେ।

ଜଣେ ଗବେଷକଙ୍କ କହିବା ହେଲା, ନମୁନା ହିସାବରେ ନୂଆ ଭାଇରସ୍‌ ସଂଖ୍ୟା ବହୁତ କମ୍‌। ହୋଇପାରେ, ଭବିଷ୍ୟତରେ ଲକ୍ଷ ଲକ୍ଷ ସଂଖ୍ୟାରେ ଭାଇରସ୍‌ ମିଳି ପାରନ୍ତି। ଏହି ଅଧ୍ୟୟନ ଖାସ୍‌ କରି RNA ଭାଇରସ୍‌କୁ ନେଇ ହୋଇଛି। କାହିଁକି ନା, DNA ଭାଇରସ୍‌ ତୁଳନାରେ ବୈଜ୍ଞାନିକମାନେ ଏହା ଉପରେ ବହୁତ କମ୍‌ ଗବେଷଣା କରିଛନ୍ତି। ଅଧ୍ୟୟନରେ ସମସ୍ତ RNA ଭାଇରସ୍‌ରେ RdRp ନାମକ ପ୍ରାଚୀନ ଜିନ୍‌ ମିଳିଛି। କୁହାଯାଉଛି ଯେ ଏହି ଜିନ୍‌ ହଜାର ହଜାର ବର୍ଷର ପୁରୁଣା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଅନେକ ଥର ବିକଶିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.