Below header

ତୃତୀୟ ଦିନରେ ସାବରୀମାଲା ମନ୍ଦିର ବାହାରେ ହଙ୍ଗାମା ଜାରି

ନୂଆଦିଲ୍ଲୀ : ଲଗାତର ତୃତୀୟ ଦିନରେ ସାବରୀମାଲା ମନ୍ଦିର ବାହାରେ ହଙ୍ଗାମା ଜାରି ରହିଛି । ଏହା ଭିତରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ହେଲ୍‌ମେଟ୍‌ ପିନ୍ଧି ଦୁଇ ଜଣ ମହିଳା ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଯାଉଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଜଣେ ସାମ୍ବାଦିକା ଓ ଜଣେ ସାମାଜିକ କର୍ମୀ । ହେଲେ ଦୁଇ ମହିଳା ମନ୍ଦିର ଭିତରକୁ ପ୍ରବେଶ କରିନାହନ୍ତି ।

sabarimala-temple

ଦୁଇ ମହିଳାଙ୍କ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ନେଇ ମନ୍ଦିର ବାହାରେ ପ୍ରବଳ ବିରୋଧ କରାଯାଇଥିଲା । ଏହା ପରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କେରଳ ଦେବସୋମ୍‌ ମନ୍ତ୍ରୀ ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ମନା କରିଛନ୍ତି । ମହିଳାଙ୍କୁ ଫେରାଇ ଆଣିବାକୁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା ସାବରିମାଲାରେ ସବୁ ବୟସ ବର୍ଗର ମହିଳା ପ୍ରବେଶ କରି ପାରିବେ । କିନ୍ତୁ ଆୟପ୍ପା ବିଶ୍ୱାସୀ, ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶକୁ ବିରୋଧ କରୁଛନ୍ତି । ଫଳରେ ଆସ୍ଥା-ବନାମ-ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.