Below header

କଂଗ୍ରେସ୍ ନେତା ଶଶି ଥରୁର ଆହତ, ମୁଣ୍ଡରେ ପଡିଲା ୬ଟି ଷ୍ଟିଚ୍

କେରଳର ଥିରୁଅନନ୍ତପୁରମ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଶଶି ଥରୁର ସୋମବାର ଦିନ ଏକ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଆଉ ଏହି କାରଣରୁ ତାଙ୍କ ମୁଣ୍ଡରେ ୬ଟି ଷ୍ଟିଚ ପଡିଥିବାର ଜଣା ପଡିଛି । ସୁଚନା ମୁତାବକ କେରଳର ଥିରୁ ଅନନ୍ତପୁରମର ଏକ ମନ୍ଦିରରେ ପୂଜା କରୁଥିବା ସମୟରେ ତଳେ ପଡି ଯାଇଥିଲେ ଶଶି ଥରୁର । ଯାହା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଶଶି ଥରୁର ବିପଦ ମୁକ୍ତ ଥିବା ଜଣା ପଡିଛି ।

Shashi-Tharoor

କୁହାଯାଉଛି ଏକ ଧାର୍ମିକ ଅନୁଷ୍ଠାନରେ ଶରୀରର ଓଜନ ଅନୁସାରେ ପ୍ରସାଦ ଚଢାଯାଏ । ସେହି କାରଣରୁ ଶଶି ଥରୁର ସେହି  ଅନୁଷ୍ଠାନର ତରାଜୁରେ ନିଜ ଶରୀର ଓଜନର ପ୍ରସାଦ ଚଢେଇବା ପାଇଁ ବସିଥିଲେ । ହେଲେ ଭାରସାମ୍ୟ ଏପଟ ସେପଟ ହେବା କାରଣରୁ ଶଶି ଥରୁର ତରାଜୁ ରୁ ତଳକୁ ପଡି ଯାଇଥିଲେ ଓ ତାଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ଡାକ୍ତର ତାଙ୍କୁ ଚିକିତ୍ସା କରି ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.