Below header

ଏବେ ବିନା EMI ରେ ଲୋନ ଦେବ ଏଲଆଇସି, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରୀୟା

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯଦି ଆପଣଙ୍କ ପାଖରେ ଏଲଆଇିସି ର ପଲିସି ଅଛି ତେବେ ଆପଣଙ୍କୁ ଘରେ ବସି ଲୋନ ମିଳିପାରିବ। ଲୋନ ନେବା ପାଇଁ ଆପଣଙ୍କୁ କୁଆଡେ ବି ଯିବାକୁ ପଡିବ ନାହିଁ। ଆପଣ ଚାହିଁବେ ତ ଲୋନର ଇଏମଆଇ ମଧ୍ୟ ଭରିବାକୁ ପଡିବ ନାହିଁ। ପଲିସି ମାଚ୍ୟୁର ହେବା ପରେ ଲୋନ ନେଇଥିବା ଟଙ୍କା କମ୍ପାନୀ କାଟି ନେବ ଏବଂ ବଳକା ଟଙ୍କା ଆପଣଙ୍କୁ ଫେରାଇ ଦେବ।

ଅଧିକ ସୂଚନା ପାଇଁ ଆପଣ LIC ୱେବସାଇଟକୁ ଯାଇ ଅନଲାଇନ ଲୋନ ପାଇଁ ଆପ୍ଲାଏ କରିପାରିବେ। ଏହି ୱେବସାଇଟକୁ ଯିବା ପରେ ଆପଣଙ୍କୁ ଏକ ଫର୍ମ ମିଳିବ, ଯାହାକୁ ଆପଣଙ୍କୁ ଭରିବାକୁ ହେବ। ସେଥିରେ ଥିବା ସମସ୍ତ ବିବରଣୀ ଆପଣଙ୍କୁ ଦେବାକୁ ହେବ। ଏହାସହିତ ଏଥିରେ ଆପଣଙ୍କୁ ନିଜର ହସ୍ତାକ୍ଷରକୁ ସ୍କାନ କରି ୱେବସାଇଟରେ ଅପଲୋଡ କରିବାକୁ ହେବ। ଏହାପରେ ଆପଣଙ୍କ ପ୍ରୋସେସ ପୂରା ହୋଇଯିବ। ପରେ ଏଲଆଇସି ଆପଣଙ୍କୁ ଲୋନ ଦେବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏଲଆଇସିରୁ ମିଳିବାକୁ ଥିବା ଲୋନର କୌଣସି କିସ୍ତି ହୋଇନଥାଏ। ଆପଣଙ୍କ ଇଚ୍ଛା ଆପଣ ପଲିସି ପୂରା ହେବା ପୂର୍ବରୁ ଭରିବେ କିମ୍ବା ପଲିସି ପୂରା ହେବା ପରେ ଲୋନର ଟଙ୍କା କାଟିବେ। ଅବଶ୍ୟ ଲୋନର ସୁଧ ନିଶ୍ଚୟ ଭରିବାକୁ ପଡିବ। ଏହାସହିତ କମ୍ପାନୀ ଆପଣଙ୍କୁ ଘରେ ବସି ଲୋନର ସୁବିଧା ଦେଇଦେବ। ଲୋନ ନେବା ପାଇଁ ଆପଣଙ୍କୁ ଆଉ ବ୍ୟାଙ୍କରେ ଚକ୍କର କାଟିବାକୁ ପଡିବନାହିଁ।

LIC ଦ୍ବାରା ଦିଆଯାଇଥିବା ଲୋନକୁ ଭରିବାର ଉପାୟ ବହୁତ ଅଲଗା ଅଟେ। ଏଥିରେ ବ୍ୟାଙ୍କ ଭଳି ସବୁ ମାସ ଆପଣଙ୍କୁ ଇଏମଆଇ ଦେବାକୁ ହେବ ନାହିଁ। ଏହାର ଟଙ୍କା ଆପଣ ଚାହିଁଲେ ଏକାଥରକେ ଦେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.