ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ ଖୁଲାସା, ଜେଲର ବାଥରୁମରେ ପଡି ମେରୁଦଣ୍ଡ ହାଡରେ ଆଘାତ ଲାଗିଥିବା ସୂଚନା

ଜେଲରେ ବିଗିଡିଗଲା ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା । ଜେଲର ବାଥରୁମରେ ପଡି ମେରୁଦଣ୍ଡ ହାଡରେ ଆଘାତ ଲାଗିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଦିଲ୍ଲୀର ପୂର୍ବ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା ତିହାର ଜେଲରେ ବିଗିଡିଯାଇଛି । ଜେଲ ବାଥରୁମରେ ପଡିବା ଫଳରେ ସତ୍ୟେନ୍ଦ୍ରଙ୍କ ମେରୁଦଣ୍ଡ ହାଡରେ ଆଘାତ ଲାଗିଛି । ସଫଦରଜଙ୍ଗ ହସପିଟାଲର ଡାକ୍ତର ଚିକିତ୍ସା କରି ସୂଚନା ଦେଇଛନ୍ତି । ଡାକ୍ତରଙ୍କ ସୂଚନା ଅନୁସାରେ, ତିହାର ଜେଲରେ ବାଥରୁମରେ ଗୋଡ ଖସିଯିବା ଯୋଗୁଁ ମେରୁଦଣ୍ଡ ହାଡରେ ଆଘାତ ଲାଗିଛି । ଯେଉଁଥିପାଇଁ ତାଙ୍କର ୩୫ କିଲୋ ଓଜନ କମିଯାଇଛି ।

ଡାକ୍ତରଙ୍କ କହିବାନୁଯାୟୀ, ସୋମବାର ଦିନ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ପରେ ଜଣାପଡିଛି ଯେ, ସତ୍ୟେନ୍ଦ୍ର ଜୈନଙ୍କର ମେରୁଦଣ୍ଡ ହାଡରେ ଗୁରୁତର ଆଘାତ ଲାଗିଛି। ଜେଲର ବାଥରୁମରେ ପଡିବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି । ତେବେ ଏପର୍ଯ୍ୟନ୍ତ ଏହାର ସତ୍ୟତା ଜଣାପଡିନି । ଏହି ସମସ୍ୟା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଛି । ସତ୍ୟେନ୍ଦ୍ର ଜୈନଙ୍କ ୩୫ କେଜି ଓଜନ କମିଯାଇଛି ।

ତିହାର ଜେଲରେ ଗତ ବର୍ଷେ ହେଲାଣି ସତ୍ୟେନ୍ଦ୍ର ଜୈନ ଫଳ ଖାଉଛନ୍ତି । ସଠିକ୍‌ ଖାଇବା ନ ଖାଇବାରୁ ଦୁର୍ବଳ ହୋଇପଡିଛନ୍ତି । ଗତ ବର୍ଷକ ମଧ୍ୟରେ ସତ୍ୟେନ୍ଦ୍ର ୩୫ କେଜି ଓଜନ କମାଇଛନ୍ତି । ଏହାକୁ ନେଇ ସତ୍ୟେନ୍ଦ୍ର କୋର୍ଟରେ କହିଥିଲେ କି, ଧାର୍ମିକ ପରମ୍ପରା ପାଳନ କରୁଛନ୍ତି, ମନ୍ଦିର ନ ଯାଇ ଖାଦ୍ୟ ଖାଇବେ ନାହିଁ ବୋଲି କହିଥିଲେ । ଏଭଳି ସ୍ଥିତିରେ ସତୈନ୍ଦ୍ର ଜୈନ କେବଳ କଞ୍ଚା ପନିପରିବା, ଫଳ ଏବଂ ଡ୍ରାଏ ଫ୍ରୁଟ୍‌ସ ଉପରେ ହିଁ ନିର୍ଭରଶୀଳ। ବୋଧ ହୁଏ ଏହି କାରଣରୁ ତାଙ୍କ ଓଜନ ଦ୍ରୁତ ଗତିରେ ହ୍ରାସ ପାଇଛି।

ସେପଟେ ଜୈନଙ୍କ ଅସୁସ୍ଥତା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ଵିଟ୍‌ କରିଛନ୍ତି। ସେ କହିଛନ୍ତି ଯେ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଆମ ଦଳର ବରିଷ୍ଠ ନେତା ସତୈନ୍ଦ୍ର ଜୈନ ଶୀଘ୍ର ସୁସ୍ଥ ହୁଅନ୍ତୁ। ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁ।

ସୂଚନାଯୋଗ୍ୟ, ସୋମବାର ଦିନ ହଠାତ୍‌ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ଦୀନ ଦୟାଲ ଉପାଧ୍ୟୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତା’ ପରେ ତାଙ୍କୁ ସଫଦରଜଙ୍ଗ ହସପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.