Below header

ସାମାନ୍ୟ ହେଉଛି ସ୍ଥିତି, ପାଖାପାଖି ୧୪ ଦିନ ପରେ ଆଜିଠୁ କାଶ୍ମୀର ଘାଟିରେ ଆରମ୍ଭ ହେଲା ପାଠପଢା

ଜମ୍ମୁକଶ୍ମୀର(କେନ୍ୟୁଜ୍):  ସାମାନ୍ୟ ହେଉଛି ଜମ୍ମୁକଶ୍ମୀର ସ୍ଥିତି । ପାଖାପାଖି ୧୪ ଦିନ ପରେ ଆଜିଠୁ କାଶ୍ମୀର ଘାଟିରେ ଆରମ୍ଭ ହେଲା ପାଠପଢା । ଖୋଲିଛି ସମସ୍ତ ୧୯୦ରୁ ଅଧିକ ପ୍ରାଥମିକ ସ୍କୁଲ । ସରକାରୀ ଅଫିସ ମଧ୍ୟ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ଜମ୍ମୁରୁ କଟକଣା ସଂପୂର୍ଣ୍ଣ ହଟିଥିବା ବେଳେ କାଶ୍ମୀରରୁ ମଧ୍ୟ ଧୀରେ ଧୀରେ କଟକଣା ହଟାଯାଉଛି । ସ୍ୱାଭାବିକ ହେବାରେ ଲାଗିଛି ଜୀବନଯାତ୍ରା । ରାସ୍ତାରେ ଲୋକଙ୍କ ଗହଳି ବଢୁଥିବା ବେଳେ ଅଧିକରୁ ଅଧିକ ଦୋକାନ ବଜାର ଖୋଲିଛି । ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ପରେ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଥିଲା । ହେଲେ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍‌ ସେବାକୁ ପୁଣି ଥରେ ବନ୍ଦ କରିଦିଆଯାଇଛି। ୩୭୦ ଉଛେଦ ପରେ କଡା ସୁରକ୍ଷା ବଳୟରେ ରହଛି ଜମ୍ମୁ-କାଶ୍ମୀର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.