ଆକ୍ରମଣ ଧମକର କୌଣସି ସତ୍ୟତା ନାହିଁ, ବିସିସିଆଇ କଲା ସ୍ପଷ୍ଟୋକ୍ତି

ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍‌ ୱେଷ୍ଟଣ୍ଡିଜ ଗସ୍ତରେ ରହିଛି। ସେମାନଙ୍କୁ ବିସିସିଆଇ ପକ୍ଷରୁ ଅତିରିକ୍ତ ସୁରକ୍ଷା ଦିଆଯାଇଛି। ଖବର ମୁତାବକ, ନିକଟରେ ବିସିସିଆଇକୁ ଏକ ମିଥ୍ୟା ମେଲ୍‌ ଆସିଥିଲା। ଯେଉଁଥିରେ ଭାରତୀୟ ଖେଳାଳୀଙ୍କ ଉପରେ ବିପଦ ରହିଛି ବୋଲି ସୂଚନା ରହିଥିଲା। ଟିମ୍‌ ଇଣ୍ଡିଆର ସୁରକ୍ଷା ଦାୟିତ୍ୱରେ ଥିବା ଏଜେନ୍ସିକୁ ଧମକ ବିଷୟରେ ଜଣାଇବା ପରେ ତଦନ୍ତ ହେବା ପରେ ଏହା ଏକ ମିଛ ମେଲ୍‌ ବୋଲି ଜଣାପଡିଥିବା ଜଣେ ବିସିସିଆଇ କର୍ମକର୍ତ୍ତା କହିଛନ୍ତି। ଖବର ମୁତାବକ, ଏହି ଧମକପୂର୍ଣ୍ଣ ଇ-ମେଲ ପାକିସ୍ତାନ କ୍ରିକେଟ ବୋର୍ଡ ନିକଟକୁ ଆସିଥିଲା, ଯାହାକୁ ପିବିସି ଆଇସିସିକୁ ଜଣାଇଥିଲା। କିନ୍ତୁ ଏହିସବୁ ସତ୍ୱେ ଟିମ ଇଣ୍ଡିଆର ସୁରକ୍ଷା ବ୍ୟବସ୍ଥାକୁ କଡାକଡି ରଖାଯାଇଛି।

ସୂଚନାଯୋଗ୍ୟ, ଭାରତ ୱେଷ୍ଟଣ୍ଡିଜରେ ତିନୋଟି ଶୃଙ୍ଖଳା ବିଶିଷ୍ଟ ମ୍ୟାଚ ଖେଳିସାରିବା ପରେ ଟି-୨୦ ସିରିଜ ମ୍ୟାଚ ଖେଳିଥିଲା। ଏବେ ଟିମ୍‌ ସଦସ୍ୟ ଓ୍ଵାର୍ମଅପ୍‌ ମ୍ୟାଚ ଖେଳୁଛି। ଗୁରୁବାର ଠାରୁ ସେଠାରେ ହେବାକୁ ଥିବା ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.