Jio GigaFiber : ମାଗଣାରେ ମିଳିବ ଟିଭି, ଜାଣନ୍ତୁ ପ୍ଲାନ୍ସ ଏବଂ କେମିତି କରିବେ ଆପ୍ଲାଏ

ରିଲାଏନ୍ସର ବ୍ରଡ୍ବ୍ୟାଣ୍ଡ ସର୍ଭିସ ଜିଓ ଗିଗାଫାଇବର ସେପ୍ଟେମ୍ବର ୫ରେ ଲଞ୍ଜ ହେବ। କିନ୍ତୁ କମ୍ପାନୀ ଏହାର ପ୍ଲାନ୍ସକୁ ମଧ୍ୟ ଘୋଷଣା କରିଦେଇଛି। ଏଥିସହିତ ଏହାମଧ୍ୟ ଜଣାଇଛି ଯେ ଏହାପାଇଁ ଆପଣଙ୍କୁ କେମିତି ଆପ୍ଲାଏ କରିବାକୁ ହେବ। ଜିଓ ଗିଗା ଫାଇବର ପ୍ଲାନ ପ୍ରାରମ୍ଭିକ ମୂଲ୍ୟ ୭୦୦ ଟଙ୍କା ଏବଂ ସର୍ବାଧିକ ମୂଲ୍ୟ ୧୦,୦୦୦ ଟଙ୍କା ରହିଛି। ଏହାଛଡା ଜିଓ ଏକ ୱେଲକମ୍ ଅଫର ମଧ୍ୟ ଲଞ୍ଚ କରିଛି। ଯେଉଁଥିରେ ଯଦି କେହି ଏହି ସେବାକୁ ନିଅନ୍ତି ତେବେ ତାଙ୍କୁ HD କିମ୍ବା  4K LED TV ଏବଂ 4K ସେଟଅପ ବକ୍ସ ମିଳିବ। ଲ୍ୟାଣ୍ଡଲାଇନ କନେକସନ ମଧ୍ୟ ଫ୍ରି ରହିବ। ଏବେ କିଣିଲେ ଏହାର ଇନଷ୍ଟୋଲେସନ ଚାର୍ଜିଂ ମଧ୍ୟ ଦେବାକୁ ପଡିବ ନାହିଁ।

କେମିତି କରିବେ ଆପ୍ଲାଏ

ଜିଓ ଗିଗା ଫାଇବର ପାଇଁ ରେଜିଷ୍ଟ୍ରେସନ ପ୍ରୋସେସ୍ ଆରମ୍ଭ ହୋଇଯାଇଛି। ଆପଣ ଏହାର ୱେବସାଇଟରେ ତିନିଟି ଷ୍ଟେପ ବା ପ୍ରକ୍ରୀୟାରେ ରେଜିଷ୍ଟ୍ରେସନ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଆପଣଙ୍କୁ ନିଜର ଠିକଣା ମେନସନ କରିବାକୁ ହେବ ଯେଉଁଠି ଆପଣଙ୍କୁ ଜିଓ ଫାଇବର କନେକସନ ଦରକାର। ଏହାପରେ ନିଜର ନାମ, ମୋବାଇଲ ନମ୍ବର ଏବଂ ଇମେଲ ଆଇଡି ଦେବାକୁ ହେବ।

gioଏହାପରେ ଆପଣଙ୍କୁ ଓଟିପି ପଠାଯିବ ଯାହାକୁ ଦେବା ପରେ ଆପଣଙ୍କ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ହେବ। ପରେ ଆପଣଙ୍କୁ ସେହି ନମ୍ବରରେ ଜିଓର ସେଲ୍ସ ରିପ୍ରେଜେଣ୍ଟଟେଟିଭଙ୍କ କଲ୍ ଆସିବ। କନେକସନ ପାଇବା ପାଇଁ ଆପଣଙ୍କୁ ଆଧାର କାର୍ଡ, ଭୋଟର କାର୍ଡ, ପାନ୍ କାର୍ଡ, ପାସପୋର୍ଟ କିମ୍ବା ଡ୍ରାଇଭିଂ ଲାଇସେନ୍ସରେ କୌଣସି ପ୍ରମାଣ ଦେବାକୁ ହେବ।

ଏହା ସହ ପଢ଼ନ୍ତୁ : Landline ନମ୍ବରରେ ଆକ୍ଟିଭେଟ କରନ୍ତୁ ହ୍ବାଟସଅପ୍, ଏଇଠି ରହିଛି ଉପାୟ

କେମିତି ଇନଷ୍ଟୋଲେସନ ହେବ ଜିଓ ଫାଇବର କନେକସନ

ରେଜିଷ୍ଟ୍ରେସନ ପ୍ରୋସେସ କମ୍ପଲିଟ୍ ହେବା ପରେ ଯଦି ଆପଣଙ୍କ ଅଞ୍ଚଳରେ ବ୍ରଡବ୍ୟାଣ୍ଡ ସର୍ଭିସ ଉପଲବ୍ଧ ହେବ ତେବେ ଜଲଦି ଇଞ୍ଜିନିୟର ଆପଣଙ୍କ ଅଞ୍ଚଳକୁ ଆସି ବ୍ରଡବ୍ୟାଣ୍ଡ ସିଷ୍ଟମକୁ ଇନଷ୍ଟଲ କରିଦେବେ। ଦୁଇ ଘଣ୍ଟାରେ ଏହା ଆକ୍ଟିଭେଟ ହୋଇଯିବ।

ରିଲାଏନ୍ସ ଜିଓ କହିଛି ଯେ ପ୍ରାରମ୍ଭରେ ଇନଷ୍ଟୋଲେସନ ଚାର୍ଜିଂ ମାଗଣା ରହିବ। ଜିଓ ଫାଇବର ବ୍ୟତୀତ ଏକ ଲ୍ୟାଣ୍ଡଲାଇନ ଫୋନ ମଧ୍ୟ ମିଳିବ ଯାହାଦ୍ବାରା ମାଗଣାରେ ଭଏସ କଲ୍ କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.