Below header

ସତେଜ ଅବସ୍ଥାରେ ମିଳିଲା ୧୮ ହଜାର ବର୍ଷ ପୂର୍ବରୁ ମରିଥିବା କୁକୁର ଛୁଆର ମୃତଦେହ!

ଏମିତି କେବେ ହୋଇପାରେ? କୌଣସି ପ୍ରାଣୀ ୧୮ ହଜାର ବର୍ଷ ପୂର୍ବରୁ ମରିସାରିଥିବ ଆଉ ତା’ର ମୃତଦେହ ସମ୍ପୂର୍ଣ୍ଣ ସତେଜ ଅବସ୍ଥାରେ ମିଳିବ। ହୁଏତ ଏହାକୁ ବିଶ୍ୱାସ କରିବା କଷ୍ଟକର। କିନ୍ତୁ ଏହା ପୂରାପୂରି ସତ। କାରଣ, ଏମିତି ଏକ ଘଟଣା ଘଟିଛି ସୁଦୂର ସାଇବେରିଆରେ। ଏଠାରେ ବୈଜ୍ଞାନିକମାନେ ଏକ କୁକୁର ଛୁଆର ମୃତଦେହକୁ ଉଦ୍ଧାର କରିଛନ୍ତି, ଯାହାର ମୃତ୍ୟୁ ୧୮ ହଜାର ବର୍ଷ ପୂର୍ବରୁ ହୋଇଥିଲା।

dog4

ଏହାସହ ପଢ଼ନ୍ତୁ: ୟେମେନରେ ବନ୍ଦୀ ଥିଲେ ବର୍ଷେ କଏଦ ଥିଲେ ୯ ଭାରତୀୟ ମତ୍ସ୍ୟଜୀବୀ, ମାଲିକଙ୍କ ଡଙ୍ଗା ଚୋରାଇ ୧୦ ଦିନରେ ପହଞ୍ଚିଲେ ଭାରତ

ବୈଜ୍ଞାନିକମାନେ ଏହି କଥାକୁ ନେଇ ଚକିତ ଯେ କେମିତି ଏତେ ବର୍ଷ ପରେ ବି କୁକୁର ଛୁଆର ମୃତଦେହ ପଚିଶଢ଼ି ଯାଇନି। କୁକୁରର ନାକ, ଆଇବ୍ରୋ, କ୍ଷୀର ଦାନ୍ତ ସବୁକିଛି ଯେମିତିକୁ ସେମିତି ସତେଜ ରହିଛି। ତେବେ ଏହା କୌଣସି ଆଇସ୍‌ ଡଗ୍‌ କି ଗଧିଆ ତାହା ବିଷୟରେ ଏ ପଯ୍ୟର୍ନ୍ତ ବୈଜ୍ଞାନିକମାନେ ପତ୍ତା ଲଗେଇ ପାରିନାହାନ୍ତି। ଏପରି କି, ଏହାର ମୃତ୍ୟୁ କିଭଳି ହୋଇଛି, ତାହା ମଧ୍ୟ ଜଣାପଡ଼ିନାହିଁ।

dog34

ଏହାସହ ପଢ଼ନ୍ତୁ: ଦୃଢ଼ ଇଚ୍ଛାଶକ୍ତିକୁ ସଲାମ୍‌: ଦୁର୍ଲ୍ଲଭ ରୋଗରେ ପୀଡ଼ିତ ଥାଇ ବି ଅକ୍ସିଜେନ୍‌ ସିଲିଣ୍ଡର ଲଗାଇ ଦେଲେ IAS ପରୀକ୍ଷା!

କୁକୁର ଛୁଆର ମୃତଦେହ ଗତ ଖରାଦିନେ ଅର୍ଥାତ୍‌ ୨୦୧୮ର ଗ୍ରୀଷ୍ମ ଋତୁରେ ମିଳିଥିଲା। ସାଇବେରିଆର ଏହି ଅଞ୍ଚଳରେ ସବୁଠାରୁ ଅଧିକ ଥଣ୍ଡା ପଡ଼ିଥାଏ। ବର୍ତ୍ତମାନ ମୃତଦେହର ନମୁନାକୁ ସଂଗ୍ରହ କରାଯାଇ ଯାଞ୍ଚ ଲାଗି ପଠାଯାଇଛି। ଏହାର ନାଁ ‘ଡୋଗର୍‌’ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.