ଗଞ୍ଜାମ : ଜାଲ ସାର୍ଟିଫିକେଟ ଦେଇ ନିଲମ୍ବିତ ହେଲେ ୯ ଶିକ୍ଷକ ଶିକ୍ଷୟତ୍ରୀ

ଗଞ୍ଜାମ (କେନ୍ଯୁଜ୍) : ଜାଲ ସାର୍ଟିଫିକେଟ ଦେଇ ନିଲମ୍ବିତ ହେଲେ ୯ ଶିକ୍ଷକ ଶିକ୍ଷୟତ୍ରୀ। ବିଏଡ ପରୀକ୍ଷାର ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୨୩ଟି ସାର୍ଟିଫିକେଟର ଯାଞ୍ଜ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ପଠାଯାଇଥିଲା। ୯ଜଣ ସେଠାରେ ପାଠ ପଢିନଥିବା ନେଇ କୁଳସଚିବ ଚିଠି ଲେଖି ଜଣାଇଥିଲେ। ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସେହି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇ ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଧରାକୋଟ ବ୍ଲକ ଅଧିନରେ ବିଭିନ୍ନ ବିଦ୍ୟାଳୟର ୭ଜଣ ଶିକ୍ଷକ ଜାଲ ମାଟ୍ରିକ ପରୀକ୍ଷା ପ୍ରମାଣପତ୍ର ଦେଇଥିବା ସଂପର୍କରେ ଜଣାପଡ଼ିବା ପରେ ସେମାନଙ୍କୁ ନିଲମ୍ବନ କରାଯାଇଥିଲା।

Leave A Reply

Your email address will not be published.