Below header

ଜୀବନ ବଞ୍ଚାଇବାକୁ ଯାଇ ଦୌଡ଼ିଥିଲେ ଛାତ୍ର କିନ୍ତୁ ପେଟ ଉପରେ ବାଇକ ଚଢ଼ାଇଦେଲେ ପୋଲିସ,ଦେଖନ୍ତୁ ଭିଡିଓ

ଦକ୍ଷିଣ ଆମେରିକାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ପ୍ରୋଟେଷ୍ଟ କରୁଥିବା ସମୟରେ କିଛି ଛାତ୍ରମାନଙ୍କୁ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟିବା ପରେ ତାଙ୍କ ଉପରେ ବାଇକ ଚଢାଇ ଦେଇଛନ୍ତି । ସେ ପୁଣି ଜଣେ ନୁହେଁ ତିନି ତିନି ଜଣ ପୋଲିସବାଲା ମିଶି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହା ବର୍ତ୍ତମାନ ଲୋକମାନଙ୍କ ପାଇଁ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି ।

ଏହି ଭିଡିଓକୁ ପାବଲୋ ନାମକ ଜଣେ ବ୍ୟକ୍ତି ଟ୍ୱିଟରରେ ସେୟାର କରିଥିଲେ । ସୂଚନା ଅନୁଯାୟୀ ଘଟଣାସ୍ଥଳରେ ତିନିଜଣ ପୋଲିସ କର୍ମୀ ଏକ ଛାତ୍ରଙ୍କ ପଛରେ ବାଇକରେ ଗୋଡ଼ାଇଥିଲେ । ଯେତେବେଳେ ଛାତ୍ର ଜଣକ ଦୌଡ଼ି ଦୌଡ଼ି ଯାଇ ପଡିଯାଇଥିଲେ । ଠିକ ସେହି ସମୟରେ ପୋଲିସ ତାର ପେଟ ଉପରେ ବାଇକ ଚଢ଼ାଇଦେବା ପାଇଁ ଚେଷ୍ଟା କରିଥିଲେ ।

ଏହାସହ ପଢନ୍ତୁ ସାଇକେଲାର ଉଚ୍ଚତା ୯ ଫୁଟ, ସିଡ଼ି ସାହାଯ୍ୟରେ ଚଢି ଯୁବକ ଚଳାଉଛନ୍ତି ସାଇକେଲ, ଦେଖନ୍ତୁ ଭିଡିଓ

ଏହି ଭିଡିଓରେ କିଛି ଯୁବତୀ ମଧ୍ୟ ଦେଖିବାକୁ ମିଳିଛନ୍ତି । ଯେଉଁମାନେ ଛାତ୍ର ଓ ପୋଲିସ ମଧ୍ୟରେ ଆସିଛନ୍ତି । ଯଦିଓ ଛାତ୍ର ଜଣକ ଆହତ ହୋଇନାହାନ୍ତି ତଥାପି ପୋଲିସର ଏପରି କାମ ପାଇଁ ଲୋକମାନେ ଏହାକୁ ବହୁତ ନିନ୍ଦା କରୁଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.