ଦେଖନ୍ତୁ ଏହି କୁନିପୁଅର ୬ ପ୍ୟାକ୍ସ ଏବ୍ସ, ବଡ଼ ବଡ଼ ବଡିବିଲ୍ଡରଙ୍କୁ ବି ମାତ୍ ଦେଇଦେବ!
ଟୁଇଟରରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଏଥିରେ ଜଣେ ୭ ବର୍ଷର ପୁଅକୁ ଦେଖିବାକୁ ମିଳୁଛି, ଯିଏ ମୁଥ ଉପରେ ମୁଥ ମାରିଚାଲିଛି। ସେ ଅଟକି ଯାଉନି, ବରଂ ଧଡାଧଡ୍ ଦେଇଚାଲିଛି। କୁନିପୁଅର ଏଭଳି ପାଓ୍ଵାର ଦେଖି ପୂରା ଦୁନିଆ ଏବେ ଚକିତ। ଭିଡିଓ ଦେଖିଲା ପରେ ଆପଣ ବି ତା’ର ଫ୍ୟାନ୍ ହୋଇଯିବେ।
😂😂 #Daughter #GirlPower 🙏🏻💪🏻
— Rajeev Chandrasekhar 🇮🇳 (@rajeev_mp) February 16, 2020
ପୁଅଟିର ନାଁ Arat Hosseini, ସେ ଇରାନ୍ରେ ରୁହେ। ଆରାତ୍କୁ ଇନ୍ଷ୍ଟାଗ୍ରାମରେ ୨୫ ଲକ୍ଷରୁ ଅଧିକ ଲୋକ ଫଲୋ କରୁଛନ୍ତି। ସେ ଏବେ ସେଲିବ୍ରିଟି ବନିଯାଇଛି। ଆରାତ୍କୁ ଫୁଟବଲ ଖେଳିବାକୁ ବହୁତ ପସନ୍ଦ। ସେ ଭବିଷ୍ୟତରେ ଫୁଟବଲର ହେବାକୁ ଲକ୍ଷ୍ୟ ରଖିଛି।
ତେବେ ସେ ଖେଳ ସହ ଅନ୍ୟାନ୍ୟ କଳାକୌଶଳରେ ମଧ୍ୟ ବେଶ୍ ନିପୁଣ। ବିନା ସପୋର୍ଟରେ କାନ୍ଥରେ ବି ଚଢ଼ିପାରିଥାଏ। ଆରାତ୍ର ବାପା ହିଁ ପୁଅର ଇନ୍ଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାଣ୍ଡେଲ କରିଥାଆନ୍ତି। କେବଳ ଏତିକି ନୁହେଁ, ସେ ଆରାତ୍କୁ ଖେଳକୁଦ ମଧ୍ୟ ଶିଖାଇଥାଆନ୍ତି।
View this post on Instagram
👶🏼—>👦🏻 From Iran to England . 💪🏾 #arathosseini #sixpack #bodybuilding #baby #kids
ଏତେ କମ୍ ବୟସରୁ ଆରାତ୍ର ୬ ପ୍ୟାକ୍ସ ଏବ୍ସ ଅଛି। ସବୁଠାରୁ ବଡ଼ କଥା ହେଲା, ଆରାତ୍ର ଫ୍ୟାନ୍ ଲିଷ୍ଟରେ ଆନନ୍ଦ ମହିନ୍ଦ୍ରାଙ୍କ ନାଁ ଅଛି। ସେ ବିଗତ ଦିନରେ ଏକ ଭିଡିଓ ଟୁଇଟରରେ ଶେୟାର କରିଥିଲେ। କ୍ୟାପସନ ଲେଖିଥିଲେ ଯେ ‘ଯେତେବେଳେ ମୁଁ ପ୍ରଥମ ଥର ଏହି ଭିଡିଓକୁ ଦେଖିଲି, ଭାବିଲି ଏ ଜଣେ ଛୋଟ ଝିଅ। କିନ୍ତୁ ଟିକେ ପରଖିବା ପରେ ଜାଣିବାକୁ ପାଇଲି, ଏ ଝିଅ ନୁହେଁ, ବରଂ ୪ ବର୍ଷର ପୁଅ। ଆପଣ ବି ଏହି ଭିଡିଓର ମଜା ନିଅନ୍ତୁ’।