୪ ମହଲା କୋଠାରୁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା; ସାମ୍ନାକୁ ଆସିଲା ମୃତ ଛାତ୍ରୀଙ୍କ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ
ଭୁବଶ୍ୱେର (କେନ୍ୟୁଜ୍) : ୪ ମହଲା କୋଠାରୁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସାମ୍ନାକୁ ଆସିଲା ମୃତ ଛାତ୍ରୀଙ୍କ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ । ଆତ୍ମହତ୍ୟାର ଏକ ଘଣ୍ଟା ପୂର୍ବରୁ ଛାତ୍ରୀ କୃତିକା ମିଶ୍ର ଇନ୍ଷ୍ଟାଗ୍ରାମ୍ରେ ଲେଖିଥିଲେ BY BY PEOPLE । ବିଜେବି ନଗର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ପରିବାର ସହ ରହୁଥିଲେ କୃତିକା । ଗତକାଲି ଅପରାହ୍ଣରେ ପରିବାର ଲୋକେ ଖାଇପିଇ ଶୋଇପଡ଼ିଥିଲେ । ଏହି ସମୟରେ କୃତିକା ଛାତ ଉପରେ ସାଙ୍ଗମାନଙ୍କ ସହ ଖେଳୁଥିଲେ । ଗୋଡ ଖସିଯିବାରୁ ସେ ଭାରସାମ୍ୟ ହରାଇ ପଡ଼ି ଯାଇଥିବା ସାଙ୍ଗମାନେ କହିଥିଲେ ।