Below header

ସଚ୍ଚିନଙ୍କ ପାଇଁ ଆସିଥିଲି, ସାରା ହିନ୍ଦୁସ୍ଥାନରୁ ଭଲ ପାଇବା ପାଉଛି, ଏମିତି କହିଲେ ସୀମା

ଏବେ ଚର୍ଚ୍ଚା ପାଲଟିଛି ପାକିସ୍ତାନୀ ପ୍ରେମିକା ସୀମା ହାଇଦର ଓ ହିନ୍ଦୁସ୍ତାନୀ ପ୍ରେମିକ ସଚ୍ଚିନଙ୍କ ପ୍ରେମ କାହାଣୀ । ସୀମାଙ୍କ ପାଇଁ ସଚିନଦିଓ୍ଵାନା ପାଲଟିଥିବା ବେଳେ ସଚ୍ଚିନଙ୍କ ମୁହଁରୁ ଏବେ ଝରୁଛି ସୀମାଙ୍କୁ ନେଇ ପ୍ରେମ କବିତା ।

ନୂଆଦିଲ୍ଲୀ : ଏବେ ଚର୍ଚ୍ଚା ପାଲଟିଛି ପାକିସ୍ତାନୀ ପ୍ରେମିକା ସୀମା ହାଇଦର ଓ ହିନ୍ଦୁସ୍ତାନୀ ପ୍ରେମିକ ସଚ୍ଚିନଙ୍କ ପ୍ରେମ କାହାଣୀ । ସୀମାଙ୍କ ପାଇଁ ସଚିନଦିଓ୍ଵାନା ପାଲଟିଥିବା ବେଳେ ସଚ୍ଚିନଙ୍କ ମୁହଁରୁ ଏବେ ଝରୁଛି ସୀମାଙ୍କୁ ନେଇ ପ୍ରେମ କବିତା ।

ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ସଚ୍ଚିନଙ୍କ କବିତା, ଶୀର୍ଷକ- ‘ଆଳୁ ଭରା ପରାଠା…..। କବିତାଟି ଏପରି, ‘ ଆଲୁ ଭରା ପରାଠା, ପାନି ଭରା ଗଲାସ, ସୀମା ତେରି ୟାଦୋଁ ମେ, ନା ଭୁକ ଲାଗେ ନା ପ୍ୟାସ୍‌ ।’

ସୀମା ସଚ୍ଚିନଙ୍କ ପାଇଁ ନିଜର ୪ ସନ୍ତାନଙ୍କ ସହ ପାକିସ୍ତାନ ଛାଡି ଚାଲି ଆସିଥିବା ବେଳେ ଆଉ ପାକିସ୍ତାନ ଫେରି ଯିବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି ମୁଁ କେବଳ ସଚ୍ଚିନଙ୍କ ପାଇଁ ହିନ୍ଦୁସ୍ତାନ ଆସିଥିଲି, ହେଲେ ଏଠାରେ ସାରା ହିନ୍ଦୁସ୍ତାନର ଭଲ ପାଇବା ପାଇଛି । ଆଉ କେବେ ବି ପାକିସ୍ତାନ ଯିବି ନାର୍ହି, ଯଦି ମରେ ହିନ୍ଦୁସ୍ତାନରେ ମରିବି, ଯଦି ବଂଚେ ହିନ୍ଦୁସ୍ତାନରେ ବଂଚିବି ।

ଅନ୍ୟ ଏକ ଘଟଣାକ୍ରମେ ସୀମାଙ୍କ ଲଭ ଷ୍ଟୋରୀରେ ଏବେ ଖଳନାୟକ ଭାବେ ଠିଆ ହେଲେଣି ପାକ୍‌ ଡାକୁ । ପାକିସ୍ତାନ ସିଂଘ ପ୍ରାନ୍ତର ଡାକୁ ରାନୋ ସାର । ସେ କହିଛି ,ଯଦି ଦୁଇ ଦିନ ମଧ୍ୟରେ ସୀମାକୁ ପାକିସ୍ତାନ ପଠା ନଯାଏ , ତେବେ ଏଠାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଯିବ ।

ଡାକୁ ଓ ତାର ସାଥୀଙ୍କ ଭିଡିଓ ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ନେଇ ସୀମା ଚିନ୍ତିତ ଅଛନ୍ତି । ମୋ ପାଇଁ ପାକରେ କୌଣସି ହିନ୍ଦୁଙ୍କୁ ହଇରାଣ କରା ନଯାଉ । ପାକ୍‌ ସ୍ଥିତ ହିନ୍ଦୁମାନଙ୍କୁ ଯଦି କେହ ିହଇରାଶ କରନ୍ତି, ଏପରି ସ୍ଥଳେ ଆଇନର ଆଶ୍ରୟ ନେବାକୁ ସୀମା କହିଛନ୍ତି । ପାକ୍‌ ଡାକୁଙ୍କ ଧମକ ପରେ ସୀମାଙ୍କ ଖୁସି ମରିଯାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.