ଟାଙ୍ଗିରେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ବର୍ବର ହତ୍ୟା ଘଟଣା: ସିସିଟିଭିରେ ପୁରା ଦୃଶ୍ୟ କଏଦ
ଆଜି ସକାଳେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତ ଦେହ ଗାଲୁଆ ଛକ ରାସ୍ତା ପାଖ ଅଳିଆ ଗଦାରେ ଠାବ ହୋଇଥିଲା। ଆରମ୍ଭରୁ ଏହା ହତ୍ୟାକାଣ୍ଡ ସନ୍ଦେହ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଆଖ ପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୁରା ଘଟଣା ଜଣାପଡ଼ିଥିଲା।

ଟାଙ୍ଗି(କେନ୍ୟୁଜ୍): ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ବର୍ବର ହତ୍ୟା। ରାତି ଅଧରେ ମହିଳା ଜଣକ ଅଳିଆ ଗଦାରୁ ଗୋଟାଇ ଖାଉଥିବା ବେଳେ ଖଣ୍ଡାରେ ହାଣି ହତ୍ୟା କଲା ଦୁର୍ବୃତ୍ତ। ସିସିଟିଭିରେ ହତ୍ୟାର ପୁରା ଦୃଶ୍ୟ କଏଦ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଏହି ବୀଭତ୍ସ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଛି। ଆଜି ସକାଳେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତ ଦେହ ଗାଲୁଆ ଛକ ରାସ୍ତା ପାଖ ଅଳିଆ ଗଦାରେ ଠାବ ହୋଇଥିଲା। ଆରମ୍ଭରୁ ଏହା ହତ୍ୟାକାଣ୍ଡ ସନ୍ଦେହ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ଆଖ ପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୁରା ଘଟଣା ଜଣାପଡ଼ିଥିଲା। ସିସିଟିଭି ଫୁଟେଜରେ ମହିଳାଜଣଙ୍କୁ ରାତି ଗୋଟାଏରେ ଅଳିଆ ଗଦାରୁ କିଛି ଖାଦ୍ୟ ଖାଉଥିବା ଦେଖାଯାଇଛି। ଏହି ସମୟରେ ଦୁର୍ବୃତ୍ତଜଣଙ୍କ ଏକ ଖଣ୍ଡାରେ ପଛ ପଟୁ ତାଙ୍କୁ ଚୋଟ ପରେ ଚୋଟ ମାରି ହତ୍ୟା କରିଥିବା ଦେଖାଯାଇଛି। ମହିଳାଜଣଙ୍କ ମାନସିକ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କୁ କିଏ ଓ କାହିଁକି ହତ୍ୟା କରାଗଲା ନେଇ ପ୍ରଶ୍ନ ଉଠିଛି।…