Below header

ଚିରନିଦ୍ରାରେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ, ଜଣେ ଦକ୍ଷ ଉପସ୍ଥାପକଙ୍କୁ ହରାଇଲା ଗଣମାଧ୍ୟମ

କେନ୍ୟୁଜ୍(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ। ଦୀର୍ଘଦିନ କୋଭିଡରେ  ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଦେହାନ୍ତ ବେଳକୁ ବିନୋଦଙ୍କୁ ୬୭ ବର୍ଷ ହୋଇଥିଲା। ଡିବେଟ ଶୋରେ ଭାରତର ଅନ୍ୟତମ ଲୋକପ୍ରିୟ ତଥା ପ୍ରଭାବଶାଳୀ ବେକ୍ତିତ୍ବ ଥିଲେ ।

ଚଳିତ ବର୍ଷ ପ୍ରାରମ୍ଭରେ ବିନୋଦ କରୋନାରେ ଆକ୍ରାନ୍ତ ହୋଇ  ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।  ଅନେକ ଦିନ ହେବ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କିନ୍ତୁ  ଗତ ସପ୍ତାହରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବାରୁ ତାଙ୍କ ଆୟସିୟୁରେ ଭର୍ତ୍ତି ହୋଇଥିଲେ। ଡାକ୍ତରଙ୍କ  ଅନେକ ଚେଷ୍ଟା ସତ୍ତ୍ବେ ସବୁକିଛି ବିଫଳ ହୋଇଥିଲା ଆଜି ଅପରାହ୍ନ ୫ଟାରେ ତାଙ୍କର ଦେହାନ୍ତ ହୋଇଛି ବୋଲି ତାଙ୍କ ଝିଅ  ଉପସ୍ଥାପିକା ତଥା ହାସ୍ୟ ଅଭିନେତ୍ରୀ ମଲ୍ଲିକା ଦୁଆ ସୂଚନା ଦେଇଛନ୍ତି।

 କ ନ୍ୟୁଜ୍ ଆଙ୍କର୍ ଏବଂ ଟେଲିଭିଜନ୍ ଉପସ୍ଥାପକ ଭାବେ  ଦୂରଦର୍ଶନ ଏବଂ NDTV ସମେତ ଅନେକ ସମ୍ବାଦ ସଂଗଠନରେ କାର୍ଯ୍ୟ କରିଥିଲେ।  ସେ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଦି ୱାୟାରରେ ଜଣେ ସହଯୋଗୀ ସମ୍ପାଦକ ଥିଲେ। 2019 ରେ, ସେ ସ୍ୱରାଜ ଟିଭି ଏବଂ ଏଚଡବ୍ଲୁୟ ନ୍ୟୁଜରେ କାମ କରିବା ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.