Below header

ଡଲାର ତୁଳନାରେ ଆଜି ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ଭାଙ୍ଗିଲା

ମୁମ୍ବାଇ(କେନ୍ଯୁଜ୍) : ସେୟାର ବଜାରରେ ବଡ଼ ଧରଣର ଅସ୍ଥିରତା । ଡଲାର ତୁଳନାରେ ଆଜି ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ଭାଙ୍ଗିଥିବାବେଳେ ସେନ୍‌ସେକ୍ସ ଓ ନିଫ୍‌ଟି ପ୍ରାୟ ୧.୫ ପ୍ରତିଶତ ହ୍ରାସ ପାଇଛି । ଗୁରୁବାର କାରବାର ଆରମ୍ଭରୁ ସେନସେକ୍ସ ୬୫୦ ପଏଣ୍ଟ ଓ ନିଫ୍‌ଟି ୨୦୪ ପଏଣ୍ଟ ହ୍ରାସ ପାଇଥିଲା । ଦିନ ୧୧ଟା ସୁଦ୍ଧା ସେନସେକ୍ସ ୬୧୦ ପଏଣ୍ଟ ହ୍ରାସ ସହ କାରବାର କରୁଥିବାବେଳେ ୩୫ହଜାର ୩୬୬ ପଏଣ୍ଟ ଥିବାବେଳେ ନିଫ୍‌ଟି ୧୮୬ ପଏଣ୍ଟ ହ୍ରାସ ପାଇ ୧୦ହଜାର ୬୭୦ ପଏଣ୍ଟରେ ରହିଥିଲା ।

rsସେହିପରି ଡଲାର୍‌ ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରକୁ ଖସିଛି । ଗୁରୁବାର ଏହା ୭୩ ଟଙ୍କା ୭୭ ପଇସାକୁ ହ୍ରାସ ପାଇଛି । ଯାହା ପ୍ରଭାବ ପଡ଼ିଛି ସେୟାର୍‌ ବଜାର ଉପରେ । ଏହାସହ ଅନ୍ତର୍ଜାତୀୟ ବଜାରରେ ତୈଳଦର ବୃଦ୍ଧି ମଧ୍ୟ ସେୟାର ବଜାର ଉପରେ ପ୍ରଭାବ ପକାଇଛି । ଏଭଳି ସ୍ଥିତିରେ ଆସନ୍ତାକାଲି ବସୁଛି ଆରବିଆଇର ମୁଦ୍ରାନୀତି ବୈଠକ । ଏହି ବୈଠକ ଉପରେ ସମସ୍ତଙ୍କ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.