Below header

ଭାବି ସ୍ତ୍ରୀଙ୍କୁ ପ୍ରଭାବିତ କରିବା ପାଇଁ ୨୧୮ ଟନ୍‌ ଓଜନର ଟ୍ରେନ୍‌ ଟାଣିଲେ ରୁଷର ଏହି ବ୍ୟକ୍ତି, କଲେ ବିଶ୍ୱ ରେକର୍ଡ

ରୁଷର ୩୪ ବର୍ଷୀୟ ଇବାନ୍‌ ସୌକିନ୍‌ ନାମକ ବ୍ୟକ୍ତି ୨୧୮ ଟନ୍‌ ଓଜନର ଟ୍ରେନ୍‌ ଟାଣି ବିଶ୍ୱ ରେକର୍ଡ କରିଛନ୍ତି। ସେ ଏହି ଟ୍ରେନ୍‌ ଭ୍ଲାଦିଭୋଷ୍ଟୋକ୍‌ ସହରରେ ଟାଣିଛନ୍ତି। ରୁଷରେ ‘ହ୍ୟୁମାନ୍‌ ମାଉଣ୍ଟେନ୍‌’ ନାଁରେ ଚର୍ଚ୍ଚିତ ଇବାନ୍‌ କହିଛନ୍ତି, ସେ ଏହି ସଫଳତା ପାଇବା ପାଇଁ ଗତ ୫ ବର୍ଷ ହେବ ପ୍ରସ୍ତୁତି ଚଳାଇଥିଲେ।

train2

ଇବାନ୍‌ ନିଜ ଭାବି ସ୍ତ୍ରୀଙ୍କୁ ପ୍ରଭାବିତ କରିବା ପାଇଁ ଏହି ଟ୍ରେନ୍‌ ଟାଣିଛନ୍ତି। ଏବେ ତାଙ୍କର ଆଗାମୀ ଲକ୍ଷ୍ୟ ରହିଛି ୧୨ ହଜାର ଟନ୍‌ ଓଜନର ଶିପ୍‌ ଟାଣିବା। ତେବେ ରୁଷ ଗଣମାଧ୍ୟମ ଅନୁସାରେ, ପୂର୍ବରୁ ମଧ୍ୟ ବିଶ୍ୱରେ ରେଲେଓ୍ଵ ଇଞ୍ଜିନ୍‌, ଜାହାଜ ଏବଂ ବିମାନ ଆଦିକୁ ଟଣାଯାଇଛି, କିନ୍ତୁ ଏତେ ଭାରି ଓଜନକୁ ଏକାବେଳେ ମସଲ୍ସ ପାଓ୍ଵାରରେ ଟାଣିବାରେ ଏହା ହେଉଛି ପ୍ରଥମ ଘଟଣା।

train5

ଏସିଆରେ ବି ରେଲେଓ୍ଵ ଇଞ୍ଜିନ୍‌ ଟାଣିବାରେ ରେକର୍ଡ ହୋଇଥିଲା

ଏଥିପୂର୍ବରୁ ୨୦୦୩ ଅକ୍ଟୋବର ୧୮ରେ ମାଲେସିଆର କୁଆଲାଲମ୍ପୁର ରେଲେଓ୍ଵ ଷ୍ଟେଶନରେ ବେଲୁ ରଥ୍‌କ୍ରିଷ୍ଣନ୍‌ ନିଜ ଦାନ୍ତ ଦ୍ୱାରା ୨୬୦.୮ ଟନ୍‌ ଓଜନ୍‌ର ଦୁଇଟି କେଟିଏମ୍‌ ଟ୍ରେନ୍‌କୁ ଟାଣି ବିଶ୍ୱ ରେକର୍ଡ କରିଥିଲେ। ସେ ଏହି ଦୁଇଟି ଟ୍ରେନ୍‌କୁ ୪.୨ ମିଟର ପଯ୍ୟର୍ନ୍ତ ଟାଣିନେଇଥିଲେ। ସେହିପରି ଭାରତର ମଧ୍ୟପ୍ରଦେଶର ଭିଦିଶାରେ ରହୁଥିବା ବ୍ରହ୍ମଚାରୀ ଆଶିଷ ନିଜ ଦାନ୍ତରେ ୬୫ ଟନ୍‌ ଓଜନର ରେଲେଓ୍ଵ ଇଞ୍ଜିନ୍‌ ଟାଣିଥିଲେ। ଏହାଛଡ଼ା ଗ୍ଵାଲିୟରର ଆରତି ଏବଂ ସବିତା ନ୍ୟାରୋଗେଜ୍‌ ଟ୍ରେନ୍‌ର ଇଞ୍ଜିନ୍‌ ଟାଣି ଲିମ୍‌କା ବୁକ୍‌ରେ ସ୍ଥାନ ଅଧିକାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.