ନାଗରିକତା ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ବ୍ୟାପୁଛି ହିଂସା, ଟ୍ରେନ୍‌ର ନିଆଁ ଲଗାଇଲେ ଆନ୍ଦୋଳନକାରୀ

ମୁର୍ସିଦାବାଦ: ନାଗରିକତା ଆଇନ୍‌କୁ ନେଇ ଆସାମ ଧିରେ ଧୀରେ ଥଣ୍ଡା ପଡୁଥିବା ବେଳେ ପଶ୍ଚିମବଙ୍ଗ ହିଂସା ବ୍ୟାପୀବାରେ ଲାଗିଛି । ମୁର୍ସିଦାବାଦ ଜିଲ୍ଲାର ଲାଲଗୋଲା ରେଳ ଷ୍ଟେସନରେ ଛିଡା ହୋଇଥିବା ପାଞ୍ଚଟି ଖାଲି ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ପଶ୍ଚିମବଙ୍ଗରେ ବିଭିନ୍ନ ସ୍ଥାନରେ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରହିଛି। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଥିବା ବେଳେ ରେଳ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ପଶ୍ଚିମବଙ୍ଗରୁ ଆସାମକୁ ବିମାନ ସେବା ମଧ୍ୟ ବନ୍ଦ ରହିଛି। ତେବେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିବେଦନ କରିଛନ୍ତି। ସରକାରୀ ଏବଂ କାହାର ବ୍ୟକ୍ତିଗତ ସଂପତ୍ତି ନଷ୍ଟ କଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମମତା ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.