ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ କଲେ ସଚିନ, କହିଲେ ସେହି ୱେଟରଙ୍କ ସହ ମୋର ଭେଟ କରାଅ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଶନିବାର ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କିଛି ବର୍ଷ ପୂର୍ବେ ଚେନ୍ନାଇର ଏକ ହୋଟେଲ କର୍ମଚାରୀ ସହ କାଟିଥିବା ଏକ ଅନୁଭୂତିକୁ ପ୍ରକାଶ କରିଛନ୍ତି । ସଚିନଙ୍କ ଅନୁଯାୟୀ ସେହି ୱେଟର ଜଣଙ୍କର ପରାମର୍ଶ ଅନୁଯାୟୀ ହିଁ ସେ ନିଜ ଆର୍ମ ଗାର୍ଡକୁ ବଦଳାଇଥିଲେ । ପ୍ରକୃତରେ ସଚିନଙ୍କ ସହ ଘଟଣାଟି ଏହି ପରି ଘଟିଥିଲା । କିଛି ବର୍ଷ ପୂର୍ବେ ଚେନ୍ନାଇରେ ଚାଲୁଥିବା ଏକ ଟେଷ୍ଟ ସିରିଜ ସମୟରେ କରମଣ୍ଡଳ ହୋଟେଲର ସଚିନ ନିଜ ଦଳ ସହ ଅବସ୍ଥାନ କରୁଥିଲେ । ସେହି ଅବସରରେ ହିଁ କର୍ମଚାରୀଙ୍କ ସହ ସଚିନଙ୍କର ଭେଟ ହୋଇଥିଲା । ସେଠାରେ ରହୁଥିବା ସମୟରେ ୱେଟର ଜଣକ କଫି ନେଇ ତାଙ୍କ ରୁମକୁ ଆସିଥିଲେ ।

ଆଉ ସଚିନଙ୍କୁ ଅନୁମତି ମାଗିଥିଲେ କି ତାଙ୍କ କ୍ରିକେଟ ଖେଳ ବିଷୟରେ କିଛି କହିବା ପାଇଁ । ଅନୁମତି ଦେବାରୁ ସେ କହିଥିଲେ କି ଯେବେବି ସେ ସଚିନଙ୍କୁ ଅର୍ମ ଗାର୍ଡ ବା ଏଲବୋ ଗାର୍ଡ଼ ପିନ୍ଧି ଖେଳୁଥିବାର ଦେଖନ୍ତି ସେହି ସମୟରରେ ବ୍ୟାଟର ସୁଇଙ୍ଗ କିଛିଟା ବଦଳି ଯାଉଥିବାର ଲକ୍ଷ କରିଛନ୍ତି । ସଚିନଙ୍କ ଅନୁଯାୟୀ ୱେଟର ତାଙ୍କୁ ସେହି ସମୟରେ ଯେଉଁ କଥା କହିଥିଲେ ତାଙ୍କୁ ପୂର୍ବରୁ ଜଣାଥିଲା କିନ୍ତୁ ଏହା ସେ କେବେ କାହା ନିକଟରେ ପ୍ରକାଶ କରିନଥିଲେ । ପରାମର୍ଶ ପାଇବା ପରେ ସଚିନ ନିଜ ଗାର୍ଡକୁ ରୀଡିଜାଇନ କରିଥିଲେ । ୱେଟର ଜଣକ ଆହୁରି ମଧ୍ୟ ସଚିନଙ୍କୁ କହିଥିଲେ କି ସେ ହେଉଛନ୍ତି ତାଙ୍କର ଏକ ବଡ ପ୍ରଶଂସକ । ତାଙ୍କ ପ୍ରତିଟି ସଟକୁ ୫ ରୁ ୭ ଥର ରିଭାଇଣ୍ଡ କରି ଦେଖିଥାନ୍ତି ।

sachin

ତେଣୁ ସେ ସଚିନଙ୍କ ବ୍ୟାଟିଂର ଏହି ପରିବର୍ତ୍ତନକୁ ଅତି ପାଖରୁ ଲକ୍ଷ କରି ପାରିଥିଲେ ଓ ସୁଯୋଗ ମିଳିବାରୁ ସଚିନଙ୍କୁ ଏହି ପରାମର୍ଶଟି ଦେଇଥିଲେ । କିନ୍ତୁ ଏବେ ସଚିନଙ୍କ କହିବା ଅନୁଯାୟୀ ଏବେ ସେ ୱେଟର ଜଣକ କେଉଁଠି ଅଛନ୍ତି ସେ ଜାଣିନାହାନ୍ତି । ସୋସିଆଲ ମିଡ଼ିଆ ହିଁ ତାଙ୍କୁ ଖୋଜିପାଇବାର ଏକମାତ୍ର ମାଧ୍ୟମ ବୋଲି ଭାବି ସେ ଏହି ଭିଡିଓ ଟିକୁ ପୋଷ୍ଟ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.