ମ୍ୟାଟ୍ରିମୋନିଆଲ ସାଇଟ ସାଦି ଡଟ କମରେ ଆସିଲା ଜାତିଗତ ଭେଦଭାବର ଆରୋପ, ଏହି ଦେଶରେ ଲାଗିଲା ବିବାଦ

ଭାରତର ଏକ ପ୍ରମୁଖ ବିବାହ ସାଇଟ ସାଦି ଡଟ କମରେ ଅନୁସୂଚିତ ଜାତି ସମୁଦାୟର ଭେଦଭାବକୁ ନେଇ ବ୍ରିଟେନରେ ବିବାଦ ସୃଷ୍ଟି ହୋଇଛି । ଏହି ୱେବସାଇଟ ବ୍ରିଟେନରେ ଭାରତୀୟ ମାନଙ୍କ ପାଇଁ ଜୀବନସାଥୀ ବାଛିବା ପାଇଁ ସବୁଠାରୁ ବଡ଼ ମାଧ୍ୟମ । ତେବେ ବର୍ତ୍ତମାନ ଏହା ଉପରେ SC ସମୁଦାୟରୁ ଭେଦଭାବର ଆରୋପ ଲଗାଯାଇଛି ।

हालांकि, शादी डॉट कॉम ने जाति-आधारित भेदभाव से इनकार किया है

ସୂଚନା ଅନୁଯାୟୀ ଉଚ୍ଚ ଜାତିର କୌଣସି ବ୍ୟକ୍ତିର ପ୍ରୋଫାଇଲରେ ଅନୁସୂଚିତ ଜାତି ସମ୍ପର୍କର ଅପ୍ସନ ସେପର୍ଯ୍ୟନ୍ତ ଆସିବ ନାହିଁ ଯେପର୍ଯ୍ୟନ୍ତ ସେ ଅନ୍ୟ ସବୁଜାତିର ବିକଳ୍ପକୁ ଚୟନ ନକରିଛନ୍ତି । ଯଦିଓ ସାଦି ଡଟ କମ ଜାତି ଆଧାରିତ ଭେଦଭାବକୁ ଖଣ୍ଡନ କରିଛି କାରଣ ଏହାର ସେଟିଙ୍ଗ କୌଣସି ଜାତି ପାଇଁ ଭେଦଭାବପୂର୍ଣ୍ଣ ନୁହେଁ । ତେବେ ଜଣେ ଓକିଲ ଚେତାବନୀ ଦେଇଛନ୍ତି ଯେ ଏହାଦ୍ୱାରା ବ୍ରିଟେନର ସମାନତା କାନୁନର ଉଲ୍ଲଙ୍ଘନ ହୋଇପାରେ । ଭାରତରେ ଜାତିଗତ ଭେଦଭାବ ବେଆଇନ ଅଟେ କିନ୍ତୁ ବ୍ରିଟେନରେ ଅଧିନିୟମ 2010 ଏପରି ଭେଦଭାବକୁ ରୋକିଥାଏ ।

Image result for shaadi dot com"

ୱେବସାଇଟର ପ୍ରବକ୍ତା କହିଛନ୍ତି ଯେ ” ଆମେ କୌଣସି କାନୁନର ଉଲ୍ଲଙ୍ଘନ କରୁନାହୁଁ କାରଣ ଏହି ମଞ୍ଚ ଜାତିଗତ ଭେଦଭାବ କରେନାହିଁ ଏବଂ ପ୍ରତ୍ୟେକ ବ୍ୟକ୍ତିକୁ ସମାନ ସୁବିଧା ସୁଯୋଗ ଯୋଗାଇ ଦିଏ ବ୍ୟକ୍ତିର ଜାତି ଯାହାବି ହେଉନା କାହିଁକି ” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.