ବରଗଡ଼ରେ ଜୋର ଧରିଲା ସିଟି ହସ୍ପିଟାଲ ଦାବି, ପ୍ରତିବାଦରେ ସହରର ସମସ୍ତ ଦୋକାନ ବଜାର ବନ୍ଦ

ବରଗଡ଼: ଜୋର ଧରୁଛି ସିଟି ହସ୍‌ପିଟାଲ ଦାବି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ପ୍ରତିବାଦରେ ବରଗଡ଼ ସହରରରେ ଆଜି ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ପୁରୁଣା ହସ୍ପିଟାଲ ସମ୍ମୁଖରେ ଧାରଣା ଦିଆଯାଇଛି। ଟୁକୁର୍ଲାକୁ ମୁଖ୍ୟ ଚକିିତ୍ସାଳୟ ସ୍ଥାନାନ୍ତର ପରଠୁ ସହରବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ଗତ ୨୧ ତାରିଖରେ ଟୁକୁର୍ଲା-ଖେଦାପାଲି ଠାରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉଦ୍‌ଘାଟନ କରାଯାଇଥିଲା। ଟୁର୍କୁଲାକୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ ହେବା ପରେ ପୁରୁଣା ଡାକ୍ତରଖାନାକୁ ରାଜ୍ୟ ସରକାର PHC ଘୋଷଣା କରିଛନ୍ତି। ତଥାପି ସିଟି ହସ୍‌ପିଟାଲ ଦାବିରେ ଆନ୍ଦୋଳନ ଜୋର ଧରିଛି। ଗତକାଲି ବିଜେପି ଓ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା। ସେହିପରି ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଘର ଆଗରେ ଶତାଧିକ ମହିଳା ଓ ପୁରୁଷ ବିକ୍ଷୋଭ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.