Below header

ପୁଣି ପାକିସ୍ତାନରେ ଶେହବାଜ ସରକାର, ରାଷ୍ଟ୍ରପତି ଭବନରେ ଆଜି ଅପରାହ୍ନ ୩ଟାରେ ଶପଥ ଗ୍ରହଣ ସମାରୋହ

ପୁଣି ପାକିସ୍ତାନରେ ଶେହବାଜ ସରକାର। ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଶେହବାଜ ସରିଫ । ରାଷ୍ଟ୍ରପତି ଭବନରେ ଅପରାହ୍ନ ୩ଟାରେ ଶପଥ ଗ୍ରହଣ ସମାରୋହ ହେବ । ପାକିସ୍ତାନର ୨୪ତମ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ ।

ପାକିସ୍ତାନ: ପୁଣି ପାକିସ୍ତାନରେ ଶେହବାଜ ସରକାର। ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଶେହବାଜ ସରିଫ । ରାଷ୍ଟ୍ରପତି ଭବନରେ ଅପରାହ୍ନ ୩ଟାରେ ଶପଥ ଗ୍ରହଣ ସମାରୋହ ହେବ । ପାକିସ୍ତାନର ୨୪ତମ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ ।

ଦ୍ବିତୀୟ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ ଶେହବାଜ। ପାକିସ୍ତାନ ମୁସଲିମ ଲିଗ- ନୱାଜ ପିଏମଏଲଏନ ଏବଂ ପାକିସ୍ତାନ ପିପୁଲ୍ ସ ପାର୍ଟି ପିପିପି ମେଣ୍ଟର ନେତା ଭାବେ ୭୨ ବର୍ଷିୟ ଶେହବାଜଙ୍କୁ ଚୟନ କରାଯାଇଛି । ସଂସଦରେ ପିଏମଏଲଏନ ପ୍ରାର୍ଥୀ ଶେହବାଜଙ୍କ ସପକ୍ଷରେ ୨୦୧ଟି ମତଦାନ ହୋଇଥିଲା ।

ଇମ୍ରାନ ଖାନଙ୍କ ସମର୍ଥିତ ବିରୋଧୀ ନେତା ଓମର ଆୟୁବ ଖାନଙ୍କୁ ମାତ୍ର ୯୨ଟି ଭୋଟ ମିଳିଥିବା ବାଚସ୍ପତି ସର୍ଦ୍ଦାର ଆୟାଜ ସାଦିକ୍ ଘୋଷଣା କରିଛନ୍ତି । ଫେବୃଆରୀ ୮ତାରିଖରେ ଅନୁଷ୍ଠିତ ପାକିସ୍ତାନ ସାଧାରଣ ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନଥିଲା । ଭୋଟ ଗଣତି ବେଳେ ବ୍ୟାପକ ରିଗିଂ ହୋଇଥିବା ଅଭିଯୋଗ କରିଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଟିଆଇ। ପରେ ନୱାଜ ସରିଫଙ୍କ ପିଏମଏଲଏନ ଓ ବିଲାୱଲ ଭୁଟ୍ଟୋଙ୍କ ପିପିପି ମେଣ୍ଟ ଗଠନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.