Below header

ପରମାଣୁ ଯୁଦ୍ଧ ହେଲେ ଅଧଘଣ୍ଟା ଭିତରେ ୧୦ କୋଟି ଲୋକ ମରିବେ

୧-ବିଶେଷଜ୍ଞଙ୍କ ମତ, ପରମାଣୁ ଯୁଦ୍ଧ ହେଲେ ଅଧଘଣ୍ଟା ଭିତରେ ୧୦ କୋଟି ଲୋକ ମରିବେ । ଏ ଦୁନିଆ ୧୮ ହଜାର ବର୍ଷ ପଛକୁ ଚାଲିଯିବ ।
୨-ଖାରକିବରେ ଥିବା ୟୁକ୍ରେନ୍‌ର ମିଲିଟାରୀ ଏକାଡେମୀ ଉପରେ ରୁଷ୍‌ ସେନାର ବୋମା ବର୍ଷଣ ।
୩-ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ନିଷ୍ପତ୍ତି ରୁଷିଆର ସାଧାରଣ ଜନତାଙ୍କ ପାଇଁ ଭାରୀ ପଡ଼ିଛି । ଏଟିଏମ୍‌, ବ୍ୟାଙ୍କ ସେବା ଠପ୍‌ ।
୪-ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି କହିଲେ ଆଲୋଚନା ପୂର୍ବରୁ ଅନ୍ତତଃ ରୁଷିଆ ବୋମା ପକାଇବା ବନ୍ଦ କରୁ ।
୫-ରୁଷୀୟ ବିମାନକୁ ଆମେରିକା ଆସିବା ମନା । ଏୟାର ସ୍ପେସ୍‌ ବନ୍ଦ କଲେ ରାଷ୍ଟ୍ରପତି ଜୋ ବାଇଡେନ୍‌ ।
୬-ଆପଲ୍‌ ଏବଂ ଫୋର୍ନ ମୋଟର କମ୍ପାନୀ ରୁଷିଆରେ ତାଙ୍କ କାରଖାନା ବନ୍ଦ କଲେ ।
୭-ଅନ୍ତର୍ଜାତୀୟ ସ୍ତରରେ ତୈଳଦର ୭ ପ୍ରତିଶତ ବୃଦ୍ଧି । ୨୦୧୪ ପରେ ସର୍ବାଧିକ ସ୍ତରରେ ପହଞ୍ଚିଲା।
୮-ଯୁଦ୍ଧ ପରିସ୍ଥିତି ଯୋଗୁଁ ଭାରତରେ ସେନସେକ୍ସ ଆହୁରି କମିଲା । ପାଖାପାଖି ୧୦୦ ପଏଣ୍ଟ କମିଥିବା ସୂଚନା।
୯-ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କ ପାଇଁ ମାଲଡୋଭା ତାର ସୀମାକୁ ଉନ୍ମୁକ୍ତ କଲା ।
୧୦-ରୁଷିଆ ସେନାଙ୍କ ବୋମା ମାଡ଼ରେ ଆଜି ଖାରକିବରେ ୨୧ ଜଣ ମୃତ, ୨୦୦ରୁ ଅଧିକ ଲୋକ ଆହତ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.