ଚଳିତ ବର୍ଷ ହେବନି ବିଶେଷ ଖରା, ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବା ଦ୍ୱାରା ସର୍ବାଧିକ ତାପମାତ୍ରା କମ୍‌ ରହିବ: ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ବର(କେନ୍ଯୁଜ୍): ମାର୍ଚ୍ଚରେ ସ୍ୱାଭାବିକ ଠାରୁ କମ୍‌ ତାପମାତ୍ରା। ଚଳିତ ବର୍ଷ ବିଶେଷ ଖରା ହେବନି। ଅର୍ଥାତ୍‌ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବା ଦ୍ୱାରା ସର୍ବାଧିକ ତାପମାତ୍ରା କମ୍‌ ରହିବ। ଫଳରେ ଖରା କମ ରହିବ। ମାର୍ଚ୍ଚରୁ ମେ ମାସ ମଧ୍ୟରେ ଦେଶରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ କମ୍‌ ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର , ଭଦ୍ରକ , ବୌଦ୍ଧ , କଟକ ଓ ଜଗତସିଂହପୁର ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ତାପମାତ୍ରା ହୋଇପାରେ। ମାର୍ଚ୍ଚରେ ଦେଶରେ ଉତ୍ତାପରେ ଭୁବନେଶ୍ୱର ସର୍ବୋଚ୍ଚ ସ୍ତରରେ ରହୁଥିଲା। ତେବେ ଚଳିତ ବର୍ଷ ସେଭଳି ସ୍ଥିତି ଦେଖିବାକୁ ମିଳିବନି। ସାମୁଦ୍ରିକ ପବନ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବା ଦ୍ୱାରା ଉପକୂଳରେ ତାପମାତ୍ରା କମ୍‌ ରହିବ।