ମରୁଭୂମିରେ ଖାଲିଦେହରେ ବ୍ୟାକ୍ଫ୍ଲିପ୍ ମାରୁଥିବା ନଜର ଆସିଲେ ଟାଇଗର, ଯାହାକୁ ଗଣି ଗଣି ଥକ୍କି ଯିବେ ଆପଣ

ବଲିଉଡର ଆକ୍ସନ କିଙ୍ଗ ଟାଇଗର ଶ୍ରଫ ଆଜି ନିଜର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଉ ଏଥିପାଇଁ ତାଙ୍କ ଫ୍ୟାନ୍ସ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଟାଇଗର ଶ୍ରଫ ନିଜ ଜନ୍ମଦିନରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ମରୁଭୂମିରେ ଷ୍ଟଣ୍ଟ କରୁଥିବା ନଜର ଆସିଛନ୍ତି। ଭିଡିଓରେ ଲଗାତାର ଭାବେ ବହୁତ ଥର ଫ୍ଲିପ୍ ମାରୁଥିବା ନଜର ଆସିଛନ୍ତି। ଯାହାକୁ ଦେଖି ଫ୍ୟାନ୍ସ ତାଜୁବ ହୋଇଛନ୍ତି।
ଟାଇଗର ଶ୍ରଫ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଛନ୍ତି।ଭିଡିଓ ଦେଖିଲେ ହୁଏତ ଆପଣ ନିଶ୍ଚିତ ଜାଣିପାରିବେ। ଟାଇଗର ଶ୍ରଫ କିଭଳି ମରୁଭୂମିରେ ଖାଲିଦେହରେ ବ୍ୟାକ୍ ଫ୍ଲିପ୍ ପ୍ରାକ୍ଟିସ କରୁଥିବା ନଜର ଆସିଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ବ୍ୟାକ୍ ଫ୍ଲିପ୍ ଗଣୁଥିବା ନଜର ଆସିଛନ୍ତି। ଟାଇଗର ଫିଟ ରହିବାକୁ ପସନ୍ଦ କରନ୍ତି, ତେଣୁ ଏମିତି ନିଜ ଫ୍ୟାନ୍ସକୁ ପୋଷ୍ଟ କରି ଚକିତ କରିଦିଅନ୍ତି। ଆଉ ଜନ୍ମଦିନରେ ଏହି ଭିଡିଓ ସେୟାର କରି ଫ୍ୟାନ୍ସକୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।
ଟାଇଗର ଶ୍ରଫ ଯେଉଁ ଅନ୍ଦାଜରେ ବ୍ୟାକ୍ ଫ୍ଲିପ୍ କରୁଥିବା ଦେଖିବାକୁ ମିଳିଛି, ତାହା ଆଉ କେହି କରିପାରିବେ ନାହିଁ। ଟାଇଗରଙ୍କର ଏହି ଭିଡିଓକୁ ୭ ଲକ୍ଷରୁ ଅଧିକ ଲୋକ ଲାଇକ୍ ଏବଂ ଭ୍ୟୁ ମିଳିଛି। ଟାଇଗରଙ୍କ ଅପକମିଂ ଫିଲ୍ମ ‘ଗଣପତ, ହିରୋପନ୍ତି ୨’, ବଡେ ମିଆଁ ଛୋଟେ ମିଆଁ ସାମିଲ ରହିଛି। ଏହାଛଡା ଏବେ ଗୀତ ଗାଇବା କ୍ଷେତ୍ରରେ ମଧ୍ୟ ପାଦ ରଖିବାକୁ ଯାଉଛନ୍ତି।