ପାକିସ୍ତାନରେ ଶିଖ୍‌ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ ଘଟଣା, ଦିଲ୍ଲୀ ସ୍ଥିତ ଦୂତାବାସ ବାହାରେ ବିକ୍ଷୋଭ

ନୂଆଦିଲ୍ଲୀ(କେନ୍ଯୁଜ୍): ପାକିସ୍ତାନର କତୃତ୍ୱକୁ ନିନ୍ଦା । ଶିଖ୍‌ ସଂପ୍ରଦାୟ ପକ୍ଷରୁ ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ଜୋରଦାର ବିକ୍ଷୋଭ। ଏଥିସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ କୁଶପୁତ୍ତଳିକା ଜାଳିଛନ୍ତି ବିକ୍ଷୋଭକାରୀ । ପାକିସ୍ତାନରେ ଥିବା ଶିଖ୍‌ ପରିବାର ପ୍ରତି ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି । କିଛି ଦିନ ତଳେ ପାକିସ୍ତାନରେ ଧର୍ମପରିବର୍ତ୍ତନର ଶିକାର ହୋଇଥିଲେ ଜଣେ ଶିଖ୍‌ ଯୁବତୀ । ପାକିସ୍ତାନର ନନକାନା ସାହିବରେ ଶିଖ୍‌ ଯୁବତୀଙ୍କୁ ଅପହରଣ କରି ଅପରାଧୀମାନେ ମୁସଲିମ୍‌ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ । ଏହାପରେ ଜୋରଜବରଦସ୍ତ ଜଣେ ମୁସଲିମ୍‌ ଯୁବକଙ୍କ ସହ ତାଙ୍କର ବିବାହ କରିଥିଲେ । ଯାହାର ତୀବ୍ର ବିରୋଧ ଆଜି ଦେଖିବାକୁ ମିଳିଛି ।