ଭିଭୋର ଏହି ନୂଆ ଦୁଇଟି ଫୋନରେ ଚାଲିଛି ବମ୍ପର ଅଫର

ଆପଣ ନୂଆ ଫୋନ କିଣିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ ଭିଭୋ ଆଣିଦେଇଛି ସୁଯୋଗ। ଭାରତରେ ଭିଭୋ ଇଣ୍ଡିଆ ପକ୍ଷରୁ ତାର ଦୁଇଟି ସ୍ମାର୍ଟଫୋନର ମୂଲ୍ୟ ହ୍ରାସ କରାଯାଇଛି। ଭିଭୋ Y15 ଏବଂ Y17 ଦୁଇଟି ଯାକ ଫୋନର ମୂଲ୍ୟ ୧୦୦୦ ଟଙ୍କା ହ୍ରାସ ପାଇଛି। ଅର୍ଥାତ ଏହାର ନିର୍ଦ୍ଧାରିତ ମୂଲ୍ୟରୁ ୧୦୦୦ ଟଙ୍କା କମ୍‌ରେ ଆପଣ ଏହାକୁ ପାଇପାରିବେ। ଦୁଇଟି ଯାକ ଫୋନ ଚଳିତବର୍ଷ ହିଁ ଲଞ୍ଚ ହୋଇଥିଲା।

y 17

ମୂଲ୍ୟ ହ୍ରାସ ହେବା ପରେ ଆପଣ Y15 କୁ ୧୨,୯୯୦ ଟଙ୍କାରେ କିଣିପାରିବେ। ଏହି ଫୋନରେ ୪ ଜିବି ରାମ ସହିତ ୬୪ ଜିବି ଷ୍ଟୋରେଜ ମଧ୍ୟ ରହିଛି। ସେହିପରି Y17 ମୂଲ୍ୟ ୧୪,୯୯୦ ଟଙ୍କା ରହିଛି। ଆପଣ ଯେକୌଣସି ଅନଲାଇନ ଷ୍ଟୋରରୁ ମଧ୍ୟ ନୂଆମୂଲ୍ୟରେ ଏହାକୁ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.