Below header

ଟଏଲେଟ୍‌ରେ ବସିଥିବା ବେଳେ ଯୁବକଙ୍କ ପ୍ରାଇଭେଟ ପାର୍ଟକୁ କାମୁଡିଧରିଲା ସାପ, ଆଉ ତା’ ପରେ

ସାପ ନା ଶୁଣିବା ମାତ୍ରେ ମଣିଷ ଅତର୍କିତ ଭାବେ ଦୌଡିବାକୁ ଆରମ୍ଭ କରିଥାଏ। ତାହା ବଡ ହେଉ ଅବା ଛୋଟ କିମ୍ବା ବିଷଧର ହୋଇଥାଉ। ତେବେ ଏମିତି ଭାବନ୍ତୁ, ଯଦି ଆପଣ ଟଏଲେଟରେ ବସିଥିବା ବେଳେ ହଠାଥ ସାପ ଆସି ଆପଣଙ୍କ ପ୍ରାଇଭେଟ ପାର୍ଟକୁ କାମୁଡିଦିଏ, ତେବେ କ’ଣ ହେବ। ଏମିତି କିଛି ଥାଇଲାଣ୍ଡର ଯୁବକଙ୍କ ସହିତ ଘଟିଛି। ଥାଇଲାଣ୍ଡର ଜଣେ ଯୁବକ ଟଏଲେଟରେ ବସିବା ବେଳେ ହଠାତ୍‌ ୪ ଫୁଟର ଲମ୍ବା ସାପ ଆସି ତାଙ୍କୁ ଗୁପ୍ତାଙ୍ଗକୁ କାଟି ଦେଇଥିଲା। ଏହାପରେ ଯୁବକଙ୍କ ଅବସ୍ଥା ସାଂଘାତିକ। ତାଙ୍କୁ ହସପିଟାଲରେ ଆଡମିଟ୍‌ କରାଗଲା।

ଥାଇଲାଣ୍ଡର ରାଜଧାନୀ ବ୍ୟାଂକଂରୁ ୨୦ କିମି ଦୂର ନୋନ୍ଥାବୁରୀ ଅଞ୍ଚଳରେ ସିରାଫୋପ ମାସୁକାରତ ନାମକ ବ୍ୟକ୍ତି ଟଏଲେଟରେ ବସିବା ସମୟରେ ହଠା୍‌ତ ସାପ ଆସି ତାଙ୍କ ପ୍ରାଇଭେଟ ପାର୍ଟକୁ କାମୁଡି ଦେଇଥିଲା। ସାପ କାମୁଡିବା ପରେ ତାଙ୍କୁ ଗୁପ୍ତାଙ୍ଗରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ୧୮ ବର୍ଷୀୟ ଏହି ଯୁବକଙ୍କ ଅବସ୍ଥା ସାଂଘାତିକ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

66

ଡାକ୍ତର ଯୁବକଙ୍କ ପ୍ରାଇଭେଟ ପାର୍ଟରେ ତିନିଟି ଷ୍ଟିଚ କରିଥିଲେ ଏବଂ ସାପର ବିଷ ଚାରିଆଡେ ଶରୀରରେ ନ ବ୍ୟାପୁ ସେଥିପାଇଁ ଆଣ୍ଟିବାଓଟିକ୍‌ ମେଡିସିନ ମଧ୍ୟ ଦେଇଥିଲେ। ଯୁବକଙ୍କ ମା’ଙ୍କ କହିବାନୁଯାୟୀ, ତାଙ୍କ ଘରେ କିପରି ସାପ ପଶିଗଲା, ସେ ଜାଣିନାହାନ୍ତି। ସାପଟି ବିଷାକ୍ତ ନଥିବାରୁ ତାଙ୍କ ପୁଅ ଜୀବନ ବଞ୍ଚିଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.