Below header

୧୦ମ ପାସ୍‌ ଯୁବପିଢୀଙ୍କ ପାଇଁ ଚାକିରି ପାଇବାର ସୁଯୋଗ, ଡାକ ବିଭାଗରେ ଖାଲି ରହିଛି ପଦବୀ

ଭାରତୀୟ ଡାକ ବିଭାଗରେ ଯୁବପିଢୀଙ୍କ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ। ଇଛୁକ ଆବେଦନକାରୀ ଡାକ ବିଭାଗରେ ଚାକିରି କରିବାକୁ ଚାହୁଁଥିଲେ ଅଫିସିଆଲ େଓ୍ଵବସାଇଟ ମାଧ୍ୟମରେ ଆବେଦନ ପ୍ରକ୍ରିୟା ପୂରଣ କରିପାରିବେ। ସୂଚନା ମୁତାବକ ଏହି ନିଯୁକ୍ତି ଓଡିଶା ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ ପଦବୀରେ ନିଯୁକ୍ତି ଜାରି। ଆବେଦନକାରୀ ଆସନ୍ତା ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଆବେଦନ ପକ୍ରିୟା ପୂରଣ କରିପାରିବେ।

ବୟସ ସୀମା:

ଆବେଦନକାରୀଙ୍କ ନ୍ୟୁନତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ସୀମା ୪୦ ବର୍ଷ ନିର୍ଦ୍ଦାରିତ କରାଯାଇଛି।

postal day-ଜରୁରୀ ତାରିଖ:

ପଞ୍ଜିକରଣ ଜମା କରିବାର ପ୍ରାରମ୍ଭିକ ତିଥି: ୦୧ ସେପ୍ଟେମ୍ବର ୨୦୨୦

ପଞ୍ଜିକରଣ ଜମା କରିବାର ଶେଷ ତାରିଖ: ୩୦ ସେପ୍ଟେମ୍ବର ୨୦୨୦

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀଙ୍କ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ବୋର୍ଡ ୧୦ମ ପାସ୍‌ ହୋଇଥିବା ଜରୁରୀ।

ପଦବୀ ନାମ ଏବଂ ପଦ ସଂଖ୍ୟା:

ଗ୍ରାମୀଣ ଡାକ ସେବକ (GDS): ୨୦୬୦ ପଦ

POSTALଏପରି କରନ୍ତୁ ଆବେଦନ:

ଗ୍ରାମୀଣ ଡାକ ସେବକ ପଦବୀରେ ଆବେଦନ ପାଇଁ ଇଛୁକ ଏବଂ ଯୋଗ୍ୟ ଆବେଦନକାରୀ ଅଫିସିଆଲ େଓ୍ଵବସାଇଟ୍‌ http:/www.appost.in/gdsonline/Home.aspx କୁ ଯାଇ ଦିଆଯାଇଥଇବା ସୂଚନାକୁ ଡାଉନଲୋଡ୍‌ କରନ୍ତୁ। ଏହାପରେ ସମସ୍ତ ସୂଚନା ସମ୍ପର୍କରେ ଅବଗତ ହେବା ପରେ ଆସନ୍ତା ୩୦ ସେପ୍ଟେମ୍ବର ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କ ଚୟନ ମେରିଟ୍‌ ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.