ରିୟାଙ୍କୁ ମିଳିଲାନି ଜାମିନ: ଜେଲରେ କଟିବ ଦିନ, ଏବେ ହାଇକୋର୍ଟରେ କରିପାରନ୍ତି ଆବେଦନ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କେସ ନେଇ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି କୋର୍ଟ। ମୁମ୍ବାଇ ସେସନ କୋର୍ଟ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏବେ ଏହାକୁ ନେଇ ହାଇକୋର୍ଟକୁ ଯାଇପାରନ୍ତି ରିୟାଙ୍କ ଓକିଲ। ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା ଏନସିବି। ରିୟାଙ୍କୁ ଗିରଫ ପୂର୍ବରୁ ରିୟାଙ୍କ ଭାଇ ସୌଭିକଙ୍କ ସମେତ ୯ ଜଣଙ୍କୁ ଗିରଫ କରିଥିଲା ଏନସିବି।

riya

ଏନସିବି ଜେରା କରିବା ସମୟରେ ରିୟା ବହୁ ଖୁଲାସା କରିଥିଲେ। ସୁଶାନ୍ତ ଏବଂ ରିୟାଙ୍କ ଭାଇ ସୌଭିକ ଏକାଠି ମିଶି ଡ୍ରଗ୍ସ ନେଉଥିଲେ ବୋଲି ରିୟା ମାନିଥିଲେ। ଗତ କାଲି ରିୟା କହିଥିଲେ ଯେ ସୁଶାନ୍ତ ଗଞ୍ଜେଇ ଟାଣୁଥିଲେ। କିନ୍ତୁ କେବେ ଡ୍ରଗ୍ସ ନେଇନାହାନ୍ତି। ମାତ୍ର ଆଜି ଜେରା ବେଳେ ରିୟା ସ୍ୱୀକାର କରିଛନ୍ତି ଯେ, ସୌଭିକ୍ ଓ ସୁଶାନ୍ତ ମିଶି ଏକାଠି ଡ୍ରଗ୍ସ ନେଉଥିଲେ।

ସେସନ କୋର୍ଟ ରିୟାଙ୍କ ବ୍ୟତୀତ ସୌଭିକ ଚକ୍ରବର୍ତ୍ତୀ, ଅବ୍ଦୁଲା ବାସିତ, ଜୈଦ, ଦୀପେଶ ସାବଓ୍ଵତ ଏବଂ ସାମୁଏଲ ମିରାଣ୍ଡାଙ୍କ ଜାମିନକୁ ନାମଞ୍ଜୁର ମଧ୍ୟ କରିଦେଇଛନ୍ତି। ଏମାନେ ସମେସ୍ତ ଏବେ ଜେଲରେ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.