Below header

ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳି ବିନିମୟ, ଜଣେ ଯବାନ ସହିଦ ଏବଂ ୧ ଆତଙ୍କବାଦୀ ନିହତ

ଶ୍ରୀନଗର : ଆଜି ସକାଳୁ ଜାମ୍ମୁ-କାଶ୍ମୀର ଡୋଡାରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ଆରମ୍ଭ ହୋଇସାରିଛି। ଯେଉଁଥିରେ ଏବେ ସୁଦ୍ଧା ଜଣେ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ ଡୋଡା ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଯାହାପରେ ସୁରକ୍ଷାବଳ ରବିବାର ସକାଳୁ ହିଁ ଆତଙ୍କବାଦୀ ଲୁଚି ରହିଥିବା ଠିକଣାରେ ପହଂଚି ପୋଲିସ ଚାରିପଟୁ ଘେରି ଯାଇଥିଲେ।

ରିପୋର୍ଟ ଅନୁଯାଇ ଡୋଡାର ଗୁଡୁନା ଅଞ୍ଚଳରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ବର୍ତ୍ତମାନ ମଧ୍ୟ ଗୁଳି ବିନିମୟ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.